ଆପଣ ସମ୍ପର୍କରେ ଅଛନ୍ତି କି! ତେବେ ଜାଣନ୍ତୁ କିପରି କଟିବ ଆଜିର ଦିନ ?

0

ମେଷ: ଆଜିର ଦିନଟି ପ୍ରେମ କରୁଥିବା ବ୍ୟକ୍ତିଙ୍କ ପାଇଁ ଏତେ ଭଲ ରହିବ ନାହିଁ। ଯଦି ଆପଣ ସମ୍ପର୍କରେ ଅଛନ୍ତି ତାହେଲେ ସମ୍ପର୍କ ଅପରିବର୍ତ୍ତିତ ରହିବ। ମଙ୍ଗଳ ଗ୍ରହ ସବୁ ସମ୍ପର୍କରେ କିଛି ଫାଟ ସୃଷ୍ଟି କରିପାରେ,ସେଥିପ୍ରତି ଧ୍ୟାନ ଦିଅନ୍ତୁ। ଯଦି ଆପଣ ବିବାହିତ ତାହେଲେ ଆଜିର ଦିନଟି ଆପଣଙ୍କ ପାଇଁ ଶୁଭ ଅଟେ। ଜୀବନ ସାଥୀ ଠାରୁ ଆପଣ ସ୍ନେହ ଓ ସହଯୋଗ ପାଇବେ ଏବଂ ଆପଣ ମଧ୍ୟ ତାଙ୍କୁ ଗୁରୁତ୍ୱ ଦେବେ।

ବୃଷ: ଆପଣ ଆଜି ନିଜ ପ୍ରିୟମିତ୍ରଙ୍କ ସହ ଦୂର ସ୍ଥାନକୁ ବୁଲି ଯିବା ପାଇଁ ଯୋଜନା କରିବେ। ବିଚାରରେ ମତଭେଦ ଦେଖାଦେବ,ତଥାପି ଆପଣଙ୍କ ସମ୍ପର୍କ ଦୃଢ଼ ରହିବ। ଯଦି ଆପଣ ବିବାହିତ ତାହେଲେ ଆପଣଙ୍କ ସାଥୀଙ୍କ ନିକଟରୁ କୌଣସି ପ୍ରକାର ଲାଭ ପାଇପାରିବେ। ଆପଣଙ୍କ ମାନସମ୍ମାନ ବୃଦ୍ଧି ପାଇବ।

ମିଥୁନ: ଆପଣଙ୍କ ପାଇଁ ଆଜିର ଦିନଟି ଭଲ ଅଟେ। ଆପଣଙ୍କ ସମ୍ପର୍କରେ ମଧୁରତା ବଢ଼ିବ ଏବଂ ପରସ୍ପର ପ୍ରତି ଭଲ ପାଇବା ମଧ୍ୟ ବଢ଼ିବ। ଯଦି ଆପଣ ବିବାହିତ ତାହେଲେ ସମ୍ପର୍କରେ ପ୍ରେମ ରହିବ କିନ୍ତୁ କିଛି ମାନସିକ ଦୁଶ୍ଚିନ୍ତା ରହିପାରେ। ଜୀବନସାଥୀ ମନରୁ ଆପଣଙ୍କ ପ୍ରତି ପ୍ରସନ୍ନତା ଭାବ ରଖିବେ।

କର୍କଟ: ଆପଣଙ୍କ ପାଇଁ ଦିନଟି ମିଶ୍ରିତ ଫଳ ଦେବ। ଆପଣ ସାଥୀକୁ ସମୟ ଦେବାକୁ ଅତ୍ୟନ୍ତ ପ୍ରୟାସ କରିବେ। ଲୁଚି ରହିଥିବା ଶତ୍ରୁଙ୍କ ପ୍ରତି ସାବଧାନ ହୋଇ ରହିବେ। କାରଣ ସେମାନେ ସମ୍ପର୍କରେ ଫାଟ ସୃଷ୍ଟି କରିବାକୁ ଚେଷ୍ଟା କରିବେ। ବିବାହିତ ବ୍ୟକ୍ତି ମାନେ ଜୀବନସାଥୀଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।

ସିଂହ: ଦିନଟି ଆପଣଙ୍କ ପାଇଁ ଭଲ ରହିବ ନାହିଁ। ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ବହୁ ମାତ୍ରାରେ ଚେଷ୍ଟା କରି ସଫଳ ହେବେ। ଯଦି ଆପଣ ବିବାହିତ ତେବେ ସମ୍ପର୍କକୁ ସୁଧାରିବା ପାଇଁ ପ୍ରୟାସ କରିନ୍ତୁ,ଏପରି କରିବା ଦ୍ୱାରା ସମ୍ପର୍କରେ ଭୁଲ ବୁଝାମଣା ଦୂରେଇ ଯିବ।

କନ୍ୟା: ପ୍ରେମ ସମ୍ପର୍କ ପାଇଁ ଦିନଟି ସଂଘର୍ଷପୂର୍ଣ୍ଣ ରହିବ, ସେଥିପାଇଁ ଆପଣ ଭାବିଚିନ୍ତି ଆଗକୁ ପାଦ ବଢ଼ାନ୍ତୁ। ମଙ୍ଗଳ,କେତୁ,ରାହୁ ଓ ଚନ୍ଦ୍ରର ସ୍ଥିତି ଯୋଗୁଁ ପ୍ରେମ ସମ୍ପର୍କରେ ଭୁଲ ବୁଝାମଣା ସୃଷ୍ଟି ହେବ। ଯଦି ସମ୍ଭବ ଅଧିକ ଦେଖା କରନ୍ତୁ ନାହିଁ। ବିବାହିତ ବ୍ୟକ୍ତିଙ୍କ ପାଇଁ ଦିନଟି ଭଲ ରହିବ। ଜୀବନସାଥୀ ଆପଣଙ୍କ ପରିବାର ପ୍ରତି ଖୁବ୍‍ ପ୍ରସନ୍ନ ରହି ଆପଣଙ୍କ କଥା ମାନିବେ।

ତୁଳା: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଭଲ ରହିବ। ଆପଣଙ୍କ ପ୍ରିୟପାତ୍ର ସହ ଦିନଟି ଭଲ ଭାବରେ କଟିବ। ପରସ୍ପର ପ୍ରତି ବିଶ୍ୱାସ ଜାତ ହେବ। ଯଦି ଆପଣ ବିବାହିତ ଆପଣଙ୍କ ଜୀବନ ସାଥୀଙ୍କ କର୍ମକ୍ଷେତ୍ରରେ ପଦୋନ୍ନତି ହେବ। ଦାମ୍ପତ୍ୟ ଜୀବନ ମଧ୍ୟ ସୁଖମୟ ହେବ।

ବିଛା: ପ୍ରେମୀ ଯୁଗଳଙ୍କ ପାଇଁ ଦିନଟି ସାମନ୍ୟ ରହିବ। ଯଦି ଆପଣ କାହାକୁ ପ୍ରେମ ପାଇଁ ନିବେଦନ କରୁଛନ୍ତି ତାହେଲେ ଧୈର୍ଯ୍ୟର ସହ କରନ୍ତୁ। ବିବାହିତ ବ୍ୟକ୍ତିମାନେ ଜୀବନସାଥୀଙ୍କ ପ୍ରତି ଅହଂକାରୀ ହୋଇଯିବେ, ଯାହାଦ୍ୱାରା ସମ୍ପର୍କରେ ଫାଟ ସୃଷ୍ଟି ହେବ।


ଧନୁ: ପ୍ରେମ ସମ୍ପର୍କ ପାଇଁ ଦିନଟି ଭଲ ରହିବ। ସମ୍ପର୍କରେ ଦୂରତା କମିଯିବ। ଯଦି ଆପଣ ବିବାହିତ ତେବେ ସମ୍ପର୍କ ମଜଭୂତ ହେବ ଏବଂ ରୋମାନ୍‍ସ କରିବା ପାଇଁ ସୁଯୋଗ ମିଳିବ।

ମକର: ଆଜିର ଦିନଟି ପ୍ରେମ ସମ୍ପର୍କ ପାଇଁ ବେଶୀ ଭଲ ନାହିଁ। ଫାଲତୁ କଥାରୁ ଦୂରେଇ ରୁହନ୍ତୁ। ଯଦି ଆପଣ ବିବାହିତ ତାହେଲେ ସମ୍ପର୍କରେ ଭୁଲ ବୁଝାମଣା ହୋଇପାରେ। ସେଥିପ୍ରତି ଧ୍ୟାନ ଦେଇ କାମ କରନ୍ତୁ। ଜୀବନସାଥୀଙ୍କ ସହ ଝଗଡ଼ା କରନ୍ତୁ ନାହିଁ।

କୁମ୍ଭ: ଆଜିର ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ। ଆପଣଙ୍କ ସମ୍ପର୍କରେ ଭଲ ପାଇବା ବଢ଼ିବ,ରୋମାନ୍‍ସ ପାଇଁ ସୁଯୋଗ ମିଳିବ। ପରସ୍ପର ସହ ଅଧିକ ସମୟ ବିତାଇବେ। ସାଙ୍ଗମାନେ ସାହାଯ୍ୟର ହାତ ବଢ଼ାଇବେ। ବିବାହିତଙ୍କ ପାଇଁ ମଧ୍ୟ ଦିନଟି ଭଲ ରହିବ।

ମୀନ: ଆଜି ଦିନଟି ମିଶ୍ରିତ ଫଳ ଦେବ। ସମ୍ପର୍କରେ ପରସ୍ପର ପ୍ରତି ସନ୍ଦେହ ଜାତ ହେବ। ଯଦି ଆପଣ ବିବାହିତ ତେବେ ସାଥୀଙ୍କ ଠାରୁ ଭଲ ପାଇବା ମିଳିବ। ସ୍ୱାସ୍ଥ୍ୟ ଅବସ୍ଥା ସାମାନ୍ୟ ଖରାପ ରହିବ। ଦୂର ସ୍ଥାନକୁ ବୁଲିବାକୁ ଯାଇ ପାରନ୍ତି।

Leave A Reply