www.samajalive.in
Monday, December 15, 2025
14.1 C
Bhubaneswar

ଦୁଷ୍କର୍ମ ପୀଡିତାଙ୍କୁ ଧମକ; କୋର୍ଟରେ ସାକ୍ଷ୍ୟ ଦେଲେ ଉନ୍ନାଓ ଠାରୁ ଆହୁରି ଭୟଙ୍କର ହେବ ପରିଣାମ

ନୂଆଦିଲ୍ଲୀ: ସାକ୍ଷ୍ୟ ଦେବା ପାଇଁ କୋର୍ଟରେ ପହଞ୍ଚିଲେ ପରିଣାମ ଭୟଙ୍କର ହେବ। ଉନ୍ନାଓ ଘଟଣାଠାରୁ ଆହୁରି ଭୟଙ୍କର ହେବ ବୋଲି ଜଣେ ଦୁଷ୍କର୍ମ ପୀଡିତାଙ୍କୁ ଧମକ ମିଳିଛି। ପ୍ରାୟ ଏକ ବର୍ଷ ପୂର୍ବେ ଗଣ ଦୁଷ୍କର୍ମର ଶିକାର ହୋଇଥିବା ପୀଡିତାଙ୍କ ଘର ଦୁଆର ମୁହଁ କାନ୍ଥରେ ଏଭଳି ଏକ ଧମକପୂର୍ଣ୍ଣ ପୋଷ୍ଟର ଲଗା ଯାଇଥିବା ଦେଖିବାକୁ ମିଳିଛି। ଏହାକୁ ନେଇ ପୀଡିତାଙ୍କ ପରିବାର ଭୟବୀତ ଅବସ୍ଥାରେ ରହିଛନ୍ତି। ପୁଲିସ ଏହାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଛି।

- Advertisement -

ସୂଚନାଯୋଗ୍ୟ, ଦିଲ୍ଲୀରେ ଏସଏସସି କୋଚିଂ ନେଉଥିବା ଜଣେ ଛାତ୍ରୀ ୨୦୧୮ ଜୁଲାଇରେ ଗଣଦୁଷ୍କର୍ମର ଶିକାର ହୋଇଥିଲେ। ଦିଲ୍ଲୀ ମୁଖାର୍ଜୀ ନଗର ଥାନାରେ ଏନେଇ ଏକ ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ପୁଲିସ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଜେଲକୁ ପଠାଇଥିଲା ସତ ହେଲେ ସେମାନେ ଏବେ ଜାମିନରେ ଆସି ବାହାରେ ବୁଲୁଛନ୍ତି। ଏହି ମାମଲାରେ ସାକ୍ଷ୍ୟ ଦେବା ପାଇଁ ଡିସେମ୍ବର ୧୩ରେ ପୀଡିତା ଜଣଙ୍କ ଦିଲ୍ଲୀ ହଜାରୀ କୋର୍ଟରେ ହାଜର ହେବେ। ହେଲେ ତା’ ପୂର୍ବରୁ ପୀଡିତାଙ୍କୁ ଏହି ଧମକ ମିଳିଛି। ଯଦି ସେ କୋର୍ଟରେ ହାଜର ହୋଇ ସାକ୍ଷ୍ୟ ଦିଅନ୍ତି ତେବେ ତାଙ୍କ ଅବସ୍ଥା ଉନ୍ନାଓ ଘଟଣାଠାରୁ ଆହୁରି ଭୟଙ୍କର ହେବ ବୋଲି ପୋଷ୍ଟରରେ ଧମକ ଦିଆଯାଇଛି। ବୁଧବାର ସକାଳେ ପୀଡିତାଙ୍କ ପରିବାର ଏହି ପୋଷ୍ଟର ଦେଖି ଭୟବୀତ ହୋଇ ପଡିଛନ୍ତି ଏବଂ ସୁରକ୍ଷା ପାଇଁ ଦାବି କରିଛନ୍ତି।

ଅନ୍ୟ ପକ୍ଷରେ ସ୍ଥାନୀୟ ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। କିଏ ଏହି ପୋଷ୍ଟର ଲଗାଇଛି ତାହା ଜାଣିବାକୁ ପୁଲିସ ଛାନଭିନ୍ ଚଳାଇଛି। ଡିସେମ୍ବର ୧୩ରେ ପୀଡିତା ଜଣଙ୍କ କୋର୍ଟକୁ ଯିବା ସମୟରେ ପୁଲିସ ପକ୍ଷରୁ ସୁରକ୍ଷା ପ୍ରଦାନ କରାଯିବ ବୋଲି କୋତୱାଲି ଥାନା ଅଧିକାରୀ ଆର.କେ ସିଂହ କହିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories