www.samajalive.in
Friday, December 12, 2025
17.1 C
Bhubaneswar

ଆସାମ, ତ୍ରିପୁରାରେ ହିଂସା ବଢୁଛି: ସ୍ଥିତି ନିୟନ୍ତ୍ରଣ ପାଇଁ ପୁଲିସର ଗୁଳି ଚାଳନା, ଇଣ୍ଟରନେଟ୍‌ ସେବା ବନ୍ଦ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ବିଲ୍‌କୁ ନେଇ ଆସାମ ଏବଂ ତ୍ରିପୁରାରେ ହିଂସା ବଢ଼ିବାରେ ଲାଗିଛି। ଆସାମର ରାଜଧାନୀ ଗୁଆହାଟୀରେ ଗୁରୁବାର କର୍ଫ୍ୟୁ ସତ୍ବେ ହଜାର ହଜାର ଲୋକ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଉତ୍ତ୍ୟକ୍ତ ଲୋକମାନେ ପୋଡ଼ାଜଳା କରିବା ସହିତ ସରକାରଙ୍କ ବିରୋଧରେ ନାରାବାଜି କରୁଛନ୍ତି। କେତେକ ସ୍ଥାନରେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଲାଗି ପୁଲିସକୁ ଗୁଳି ଚଳାଇବାକୁ ପଡ଼ିଥିବା ସୂଚନା ମିଳିଛି। ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ରାଜ୍ୟବାସୀଙ୍କୁ ଶାନ୍ତିରକ୍ଷା କରିବାକୁ ନିବେଦନ କରିଛନ୍ତି। ସେ କହିଛନ୍ତି, ମୁଁ ଆସାମର ସମସ୍ତ ଲୋକଙ୍କୁ ଶାନ୍ତି ଏବଂ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ବଜାୟ ରଖିବାକୁ ନିବେଦନ କରୁଛି। ଏହା ଆମାର ସାଂସ୍କୃତିକ, ସାମାଜିକ ଏବଂ ଆଧ୍ୟାତ୍ମିକ ପରମ୍ପରା। ମୋର ଦୃଢ଼ ବିଶ୍ଵାସ ରହିଛି ଯେ ଅନ୍ୟ ସମୟ ପରି ଆସାମର ଲୋକମାନେ ଆଗକୁ ମଧ୍ୟ ଶାନ୍ତି ବଜାୟ ରଖିବେ।

ଅନ୍ୟପଟେ ରାଜ୍ୟରେ ବଢୁଥିବା ହିଂସାକୁ ଦୃଷ୍ଟିରେ ରଖି ଇଣ୍ଟରନେଟ ସେବାକୁ ବନ୍ଦ କରିଦିଆଯାଇଛି। ଗୁରୁବାର ମଧ୍ୟାହ୍ନ ୧୨ଟାରୁ ୪୮ ଘଣ୍ଟା ପର୍ଯ୍ୟନ୍ତ ଏହି ସେବା ବନ୍ଦ ରଖିବାକୁ ସରକାର ନିର୍ଦେଶ ଦେଇଛନ୍ତି। ଗୁଆହାଟୀ ପୁଲିସ କମିଶନର ଦୀପକ କୁମାରଙ୍କୁ ଅନ୍ୟତ୍ର ବଦଳି କରିଦିଆଯାଇଛି। ତାଙ୍କ ସ୍ଥାନରେ ମୁନ୍ନା ପ୍ରସାଦ ଗୁପ୍ତାଙ୍କୁ ନୂଆ ପୁଲିସ କମିଶନର ଭାବେ ନିଯୁକ୍ତ କରାଯାଇଛି। ଆସାମର ଅତିରିକ୍ତ ପୁଲିସ ମହାନିର୍ଦେଶକ(ଆଇନଶୃଙ୍ଖଳା) ମୁକେଶ ଅଗ୍ରୱାଲଙ୍କୁ ଏଡିଜିପି(ସିଆଇଡି) ବଦଳି କରାଯାଇ ତାଙ୍କ ସ୍ଥାନରେ ଜି.ପି. ସିଂହଙ୍କୁ ନିଯୁକ୍ତ କରାଯାଇଛି।

Hot this week

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

Related Articles

Popular Categories