www.samajalive.in
Sunday, December 7, 2025
23.1 C
Bhubaneswar

ସୋର ପୁଲିସର ଅଜବ ଆଇନ: ଜେଲରେ ଥିବା ବିଚାରାଧୀନ କଏଦୀ ନାଁରେ ଚୋରି ମାମଲା ରୁଜୁ

ବାଲେଶ୍ବର: ଜନ ସାଧାରଣ ଉଚିତ ନ୍ୟାୟ ପାଇବା ପାଇଁ ରାଜ୍ୟ ସରକାର ମୋ ସରକାର ଜରିଆରେ ପୁଲିସ ବାବୁଙ୍କୁ ସ୍ବଚ୍ଛ ଶାସନର ପାଠ ପଢାଉଛନ୍ତି। ହେଲେ ସୋର ପୁଲିସ ତାର କ୍ଷମତାର ଅପବ୍ୟବହାର କରି ନିଜ ଔଦ୍ଧତ୍ୟର ପରିଚୟ ଦେଇଛି। ପୁଲିସ ଜଣେ ବିଚାରାଧୀନ କଏଦୀଙ୍କ ନାଁରେ ମିଛ ମାମଲା ରୁଜୁ କରି ତାଙ୍କୁ ଫସାଇବାକୁ ଚେଷ୍ଟା କରିଛି। କଏଦୀ ଜଣକ ଜେଲରେ ଥିବା ବେଳେ ତାଙ୍କ ନାମରେ ଚୋରି ମାମଲା ରୁଜୁ କରିଛି ପୁଲିସ। ଯେଉଁଦିନ ଚୋରି ଘଟଣା ଘଟିଛି ସେଦିନ କଏଦୀ ଜଣକ ଜେଲରେ ଥିଲାବେଳେ ପୁଲିସ ତାଙ୍କ ନାଁକୁ କିପରି ମାମଲାରେ ଯୋଡ଼ିଛି ତାହାକୁ ନେଇ ସାଧାରଣରେ ଆଶ୍ଚର୍ଯ୍ୟ ପ୍ରକାଶ ପାଇଛି।

ମିଳିଥିବା ସୂଚନା ଅନୁଯାୟୀ, ବାଲେଶ୍ବର ଜିଲ୍ଲା ସୋର ଥାନା ଅନ୍ତର୍ଗତ ଚିନ୍ତାମଣିପଦା ଗ୍ରାମର ଅର୍ଜୁନ ନାୟକଙ୍କ ପୁଅ ରଞ୍ଜିତ ନାୟକ(୨୦)ଙ୍କୁ ଏକ ମାମଲାରେ ଜାନୁୟାରୀ ୧ତାରିଖରେ ଖଇରା ଥାନା ପୁଲିସ ଗରିଫ କରି ସୋର କୋର୍ଟ ଚାଲାଣ କରିଥିଲା। ମାର୍ଚ୍ଚ ମାସରେ ସେ ଜାମିନ ଆବେଦନ କରିଥିଲେ। ମେ ୩୦ରେ ହାଇକୋର୍ଟରୁ ତାଙ୍କୁ ଜାମିନ ମିଳିଥିଲା। ପରେ ସେ ଅଗଷ୍ଟ ୨ରେ ଜେଲରୁ ମୁକୁଳିଥିଲେ।

- Advertisement -

କିନ୍ତୁ ମେ ମାସ ୨୩ ତାରିଖରେ ସୋର ଥାନା ଅଧୀନ ୧୬ନଂ ଜାତୀୟ ରାଜପଥର ବିଦୁ ଛକ ନିକଟରେ ଜଣେ ଫାଇନାନ୍ସ କର୍ମଚାରୀଙ୍କଠାରୁ ଲୁଟ୍ ହୋଇଥିଲା। ଦୁର୍ବୃତ୍ତ ମାନେ ଟଙ୍କା ବ୍ୟାଗ୍‌ ଛଡାଇ  ଫେରାର ହୋଇଯାଇଥିଲେ ବେଲି ସୋର ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ଆଧାରରେ ସୋର ପୁଲିସ ସେହି ଦିନ ଅର୍ଥାତ୍ ମେ ୨୩ରେ ଏକ ମାମଲା ରୁଜୁ କରିଥିଲା। ଏହି ମାମଲାରେ ପୁଲିସ ରଞ୍ଜିତଙ୍କ ନାଁକୁ ଯୋଡ଼ିଥିଲା। ପରେ ଅକ୍ଟୋବର ୧ରେ ପୁଲିସ ଏହି ମାମଲାରେ ଜାମିନରେ ଆସିଥିବା ରଞ୍ଜିତଙ୍କୁ ପୁଣି ଥରେ ଗିରଫ କରି କୋର୍ଟ ଚାଲାଣ କରିଛି।

ତେବେ ବିଦୁ ଛକ ନିକଟରେ ଲୁଟ୍ ହେବା ସମୟରେ ରଞ୍ଜିତ ବିଚାରାଧୀନ କଏଦୀ ଭାବେ ସୋର ଜେଲରେ ଥିଲା। ସେ କିଭଳି ଏହି ଲୁଟରେ ସଂପୃକ୍ତ ଥିଲେ ଏହାକୁ ନେଇ ଏବେ ବଡ ପ୍ରଶ୍ନ ସୃଷ୍ଟି ହୋଇଛି। ଏଥିରୁ ସ୍ପଷ୍ଟ ହେଉଛି ଯେ, ପୁଲିସ ନିଜ କ୍ଷମତାର ଅପବ୍ୟବହାର କରି ପ୍ରକୃତ ଅଭିଯୁକ୍ତକୁ ଖସାଇବା ଲାଗି ଅନ୍ୟ ଜଣଙ୍କ ମୁଣ୍ଡରେ ଦୋଷ ଲଦିଛି। ଅନ୍ୟପଟେ ରଞ୍ଜିତକୁ ନପାଇଁ ତାଙ୍କ ସ୍ତ୍ରୀ ଅକ୍ଟୋବର ୧ରେ ସୋର ଥାନାରେ ଏକ ନିଖୋଜ ମାମଲା ରୁଜୁ କରିଥିଲେ। ସ୍ବାମୀକୁ ପାଇଲେ ଖବର ଦେବୁ ବୋଲି କହି ଚାଲିଯିବାକୁ ସୋର ପୁଲିସ କହିଥିଲା।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories