www.samajalive.in
Wednesday, December 10, 2025
16.1 C
Bhubaneswar

କଲକାତା ଠାରୁ ଅଳ୍ପ ଦୂରରେ ଏହି ସ୍ଥାନ, ବୁଲିବାକୁ ଗଲେ ପାଇବେ କିଛି ନିଆରା ମଜା

ଭ୍ରମଣ ପାଇଁ ଯିବାକୁ ହେଲେ ଅଧିକାଂଶ ଲୋକେ ଶୀତଦିନକୁ ଅପେକ୍ଷା କରିଥାଆନ୍ତି। କାରଣ ଏହି ଦିନରେ ଖରାର ପ୍ରଭାବ ଅତ୍ୟଧିକ ନ ରହିବା ହେତୁ ଲୋକେ ଭ୍ରମଣର ବେଶ ମଜା ନେଇଥାଆନ୍ତି। ଏକ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଭାବେ କଲକାତା ଖୁବ ପ୍ରସିଦ୍ଧ।
କଲକାତା ଠାରୁ ମାତ୍ର ୩  ଘଣ୍ଟାର ଦୂରତା ଗଲେ ଏକ (ସି ବିଚ) ସମଦ୍ର କୂଳ ରହିଛି ଯାହାର ନାମ ହେଉଛି ମନ୍ଦାରମନୀ। କଲକାତା ଠାରୁ ଏହି ବିଚକୁ ଯିବା ପାଇଁ ରାସ୍ତା ବେଶ ଆକର୍ଷଣୀୟ ଓ ସୌନ୍ଦର୍ଯ୍ୟମୟ ଅଟେ। ରାସ୍ତାର ଉଭୟ ପାଶ୍ୱର୍ରେ ସବୁଜ ଶ୍ୟାମଳ ଭରା ସବୁଜ କ୍ଷେତ ଭରି ରହିଛି। ଏହି ମନ୍ଦାରମନୀ ବିଚରେ ପହଞ୍ଚିବା ପରେ ଏଠାକାର ଶାନ୍ତ ପରିବେଶ ସଭିଁଙ୍କୁ ମନରେ ଆନନ୍ଦ ସଞ୍ଚାର କରିଥାଏ। ଏଠାରେ ଥିବା ଲାଲ ରଙ୍ଗର କଙ୍କଡ଼ା ପାଇଁ ମଧ୍ୟ ଏହା ଖୁବ ପ୍ରସିଦ୍ଧ ଅଟେ। ଭ୍ରମଣ ପାଇଁ ଏହାର ନିକଟରେ ଅନ୍ୟ କେତେକ ସ୍ଥାନ ମଧ୍ୟ ରହିଛି। ଜାଣନ୍ତୁ ତାହା କ’ଣ….
ତାଜପୁର –
ମେଦିନୀପୁରରେ ଥିବା ଏହି ସ୍ଥାନ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟଟନସ୍ଥଳୀ ଅଟେ। ଏହାର ମୁଖ୍ୟ ଆକର୍ଷଣ ହେଉଛି ଏହା ସ୍ୱଚ୍ଛତାରେ ପରିପୂର୍ଣ୍ଣ ଏବଂ ଶସ୍ୟଶ୍ୟାମଳା ଭରା ଗଛଲତା, ଯାହା ଏହି ସ୍ଥାନର ସୁନ୍ଦରତାକୁ ଦୁଇ ଗୁଣିତ କରିଥାଏ। ଏଠାରେ ଲାଲ କଙ୍କଡ଼ା ମଧ୍ୟ ଅଧିକ ଦେଖିବାକୁ ମିଳେ।
ଶଙ୍କରପୁର –
ଏହି ବିଚରେ ସୁର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତର ଦୃଶ୍ୟ ମନରେ ଏକ ସ୍ୱତନ୍ତ୍ର ଅନୁଭୂତି ସୃଷ୍ଟି କରିଥାଏ। ଏହା ଏକ ଶାନ୍ତ ଓ ସୌନ୍ଦର୍ଯ୍ୟମୟ ସ୍ଥାନ ଅଟେ।
ଉଦୟପୁର –
ଏହା ମଧ୍ୟ ଏକ ସୁନ୍ଦରତମ ବିଚ ଅଟେ। ଏଠାକୁ ପର୍ଯ୍ୟଟକକୁ ଆସି ଖୁବ ଆନନ୍ଦିତ ହୋଇଥାଆନ୍ତି।
ଦିଘା –
ଦିଘାର ମଧ୍ୟ ଏକ ସୌନ୍ଦର୍ଯ୍ୟମୟ ସ୍ଥାନ ଅଟେ। ଏହି ବିଚରେ ଲୋକେ ବୁଲିବାକୁ ଖୁବ ପସନ୍ଦ କରିଥାଆନ୍ତି।
ଗମନାଗମନ ଦୃଷ୍ଟିରୁ ଏଠାକାର ନିକଟତମ ବିମାନବନ୍ଦର ହେଉଛି ନେତାଜୀ ସୁବାଷ ଚନ୍ଦ୍ର ବୋଷ ବିମାନ ବନ୍ଦର। ନିକଟତମ ରେଳ ଷ୍ଟେସନ ହେଉଛି ଦିଘା। ସେଠାରୁ ଟ୍ୟାକ୍ସିରେ ଯାଇପାରିବେ।

Hot this week

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

Related Articles

Popular Categories