ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସୁରକ୍ଷା ବ୍ୟବସ୍ଥାରେ ଏକ ତ୍ରୁଟି ପରିଲକ୍ଷିତ ହୋଇଛି। ମଙ୍ଗଳବାର ଦିଲ୍ଲୀର ସଂସଦ ନିକଟରେ ମନ୍ତ୍ରୀଙ୍କ କାରକେଡ଼ ନିକଟକୁ ଜଣେ ବ୍ୟକ୍ତି ଅଚାନକ ଆସି ଯାଇଥିଲେ। ଏହା ସହିତ ବ୍ୟକ୍ତିଜଣକ ଜିଦି ଧରିଥିଲେ ଯେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବେ। ମନ୍ତ୍ରୀଙ୍କ ସୁରକ୍ଷା କର୍ମୀ ବ୍ୟକ୍ତିଙ୍କୁ ଭିଡ଼ି ଧରିଥିଲେ ମଧ୍ୟ ତଥାପି ସେ ପାଟି କରିଥିଲେ ଏବଂ ମୋଦୀଙ୍କୁ ଭେଟିବାକୁ ଯିବା ପାଇଁ ଜିଦି ଧରିଥିଲେ। ଏହାପରେ ପୁଲିସ ତାଙ୍କୁ ଗିରଫ କରିଥିଲା। ଯେଉଁ ସମୟରେ ଏହି ଘଟଣା ଘଟିଲା ସେ ସମୟରେ ପ୍ରଧାନମନ୍ତ୍ରୀ ଦିଲ୍ଲୀରେ ନ ଥିଲେ। ତେବେ ଏ ପର୍ଯ୍ୟନ୍ତ ବ୍ୟକ୍ତିଙ୍କ ପରିଚୟ ମିଳିପାରି ନାହିଁ।
ପ୍ରତିରକ୍ଷା ମନ୍ତ୍ରୀଙ୍କ କାରକେଡ଼ ନିକଟକୁ ଧାଇଁ ଆସିଲେ ବ୍ୟକ୍ତି: ମୋଦୀଙ୍କୁ ଭେଟିବାକୁ ଜିଦି କଲେ
Popular Categories



