www.samajalive.in
Sunday, December 14, 2025
19.1 C
Bhubaneswar

ପରିବେଶ ଚିନ୍ତା – ସ୍ଥାପନ ହେବ ଜାତୀୟ ସମୁଦ୍ରତଟ ମିଶନ୍‍

ନୂଆଦିଲ୍ଲୀ: ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି, ସରକାର ଜଳବାୟୁ ପରିବର୍ତ୍ତନ ଉପରେ ଜାତୀୟ କ୍ରିୟାନୁଷ୍ଠାନ ଯୋଜନା ଅଧୀନରେ ଏକ ଜାତୀୟ ସମୁଦ୍ରତଟ ମିଶନ୍‍ ସ୍ଥାପନ କରିବାକୁ ଚିନ୍ତା କରୁଛନ୍ତି। ଲୋକସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ ଜାଭଡେକର କହିଛନ୍ତି, ଜଳବାୟୁ ପରିବର୍ତ୍ତନର ସମୁଦ୍ରତଟ ଓ ସାମୁଦ୍ରିକ ପରିବେଶ, ମୌଳିକ ଢାଞ୍ଚା ଏବଂ ତଟବର୍ତ୍ତୀ ଅଞ୍ଚଳ ଲୋକମାନଙ୍କ ଉପରେ ପଡ଼ୁଥିବା ପ୍ରଭାବର ଅଧ୍ୟୟନ କରି ଏହାର ସମାଧାନ ପାଇଁ ଉପାୟମାନ ବାହାର କରିବ।

ସେ କହିଛନ୍ତି, ସରକାର ସମୁଦ୍ର ତଟ ଓ ସାମୁଦ୍ରିକ ପରିବେଶର ସଂରକ୍ଷଣ, ସୁରକ୍ଷା ଓ ପରିଚାଳନା ପାଇଁ ୨୦୧୦ ମସିହାରେ ସମନ୍ୱିତ ସମୁଦ୍ରତଟ ଜୋନ୍‍ ପରିଚାଳନା ପ୍ରକଳ୍ପ ଆରମ୍ଭ କରିଥିଲେ। ଏ ପର୍ଯ୍ୟନ୍ତ ଏହି ପ୍ରକଳ୍ପରେ ୧୪୦୦ କୋଟି ଟଙ୍କା ବ୍ୟୟ କରାଯାଇଛି ଏବଂ ଏହା ଗୁଜୁରାଟ, ଓଡିଶା ଏବଂ ପଶ୍ଚିମବଙ୍ଗରେ କାର୍ଯ୍ୟକାରୀ ହୋଇଛି।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories