www.samajalive.in
Tuesday, December 9, 2025
15.1 C
Bhubaneswar

ବାପା ସାଜିଲା କଂସେଇ: ୨ ଝିଅଙ୍କ ମୁଣ୍ଡ ଛେଚି ନିର୍ମମ ଭାବେ କଲା ହତ୍ୟା

ଗ୍ରେଟର ନୋଏଡ଼ା: ଗ୍ରେଟର ନୋଏଡ଼ାର ସୁରଜପୁର ସହର ସ୍ଥିତ ବାରାହୀ ମେଳା ଗଳିରୁ ଶୁକ୍ରବାର ଏମିତି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏଠାରେ ଜଣେ ପିତା ନିଜର ଦୁଇ ଝିଅଙ୍କ ମୁଣ୍ଡକୁ ଛେଚି ଅତି ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି।
ସୂଚନା ଅନୁସାରେ, ହରିଶ ସୋଲଙ୍କୀ ନାମକ ବ୍ୟକ୍ତି ବାରାହୀ ମେଳା ଗଳିରେ ନିଜ ପତ୍ନୀ ଓ ୩ ପିଲାଙ୍କ ସହ ବାସ କରନ୍ତି। ଗୁରୁବାର ରାତିରେ ମଦ ପିଇବା ଏବଂ ଅନ୍ୟ କେତେକ କାରଣକୁ ନେଇ ପତ୍ନୀଙ୍କ ସହ ହରିଶଙ୍କର ଝଗଡ଼ା ହୋଇଥିଲା। ଏହାପରେ ପତ୍ନୀ ନିଜ ସାଢେ ଚାରି ବର୍ଷର ପୁଅକୁ ନେଇ ଘର ମାଲିକଙ୍କ ପତ୍ନୀଙ୍କ ପାଖରେ ଯାଇ ଶୋଇଥିଲେ। ଆଜି ସକାଳେ ଉଠି ସବୁ ଦେଖିଥିଲେ ଯେ, ହରିଶ ଫେରାର ଥିଲେ ଓ ତାଙ୍କ ଘରେ ବଡ଼ ଝିଅ ରାଧିକାଙ୍କ ମୃତଦେହ ପଡ଼ିଥିଲା। ସେହିପରି ସାନ ଝିଅର ମୃତଦେହ ଘରଠାରୁ ପ୍ରାୟ ୫୦୦ମିଟର ଦୂରରେ ଏକ ଖାଲି ସ୍ଥାନରେ ପଡ଼ିଥିଲା। ହରିଶ ଦୁଇ ଝିଅଙ୍କୁ ହତ୍ୟା କରିଥିବା ପତ୍ନୀ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ଦୁଇ ଝିଅଙ୍କୁ ନିର୍ମମ ଭାବେ ମୁଣ୍ଡ ଛେଚି କିମ୍ବା କାନ୍ଥରେ ମୁଣ୍ଡ ପିଟି ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories