www.samajalive.in
Monday, December 15, 2025
27.1 C
Bhubaneswar

ବାଇକ ଡ଼ିକି ଭାଙ୍ଗି ୨.୫ ଲକ୍ଷ ଟଙ୍କା ଲୁଟ ଅଭିଯୋଗ

ପିପିଲି : ପିପିଲି ସବ ରେଜିଷ୍ଟ୍ରାର ଛକ ଠାରେ ଶୁକ୍ରବାର ଏକ ବାଇକ ଡ଼ିକି ଭାଙ୍ଗି ୨.୫ ଲକ୍ଷ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି। ସୂଚନା ଯୋଗ୍ୟ, ତେଇଶିପୁର ପଞ୍ଚାୟତ ପୋଟଳ ଗ୍ରାମର ପ୍ରଦୀପ କୁମାର ବଢେଇ ନିଜ ବାଇକ ଡ଼ିକିରେ ଏକ ବ୍ୟାଗ୍‍ ଭିତରେ ପ୍ରାୟ ଅଢେଇ ଲକ୍ଷ ଟଙ୍କା, ପାସ୍‍ ବୁକ୍‍ ଓ ଚେକ୍‍ ବହି ରଖି ରେଜିଷ୍ଟ୍ରାର ଛକ ଠାରେ ବାଇକକୁ ରାସ୍ତା କଡ଼ରେ ରଖି ଜେରକ୍ସ କରିବାକୁ ଦୋକାନକୁ ଯାଇଥିଲେ। ମାତ୍ର ସେହି ସମୟରେ କେହି ଜଣେ ଦୁର୍ବୃତ୍ତ ତାଙ୍କ ବାଇକ ଡ଼ିକିକୁ ଭାଙ୍ଗି ତା’ ଭିତରେ ଟଙ୍କା ଭର୍ତ୍ତି ବ୍ୟାଗକୁ ନେଇଯାଇଛି। ଏନେଇ ପ୍ରଦୀପ ପିପିଲି ଥାନାରେ ଅଭିଯୋଗ କରିଛନ୍ତି। ପ୍ରଦୀପ ଜମି କିଣିବା ପାଇଁ ଆସିଥିବା ବେଳେ ଆଜି ଦିନ ୧୨ଟା୨୦ରେ ଏହି ଲୁଟ ହୋଇଥିବା ଜଣାପଡ଼ିଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ସହ ନିକଟରେ ଥିବା ଏକ ସୋ ରୁମରେ ଲାଗିଥିବା ସିସିଟିଭି ଫୁଟେଜରେ ଲୁଟର ଦୃଶ୍ୟ କଏଦ ହୋଇଥିବା ମଧ୍ୟ ସୂଚନା ମିଳିଛି।

Hot this week

ଭୁବନେଶ୍ୱରରେ ହେବ ଭିଜା ସେଣ୍ଟର

ସମାଜ ଡିଜିଟାଲ ଡେସ୍କ: ଭୁବନେଶ୍ୱରରେ ହେବ ‘ଗ୍ଲୋବାଲ ଭିଜା ଆପ୍ଲିକେସନ ସେଣ୍ଟର’...

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

Related Articles

Popular Categories