www.samajalive.in
Monday, December 15, 2025
16.1 C
Bhubaneswar

ଝାଡ଼ଖଣ୍ଡର ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ : ପ୍ରଚାର ଶେଷ, ଶନିବାର ମତଦାନ

ରାଞ୍ଚି :  ଝାଡ଼ଖଣ୍ଡର ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଗୁରୁବାର ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି । ଏହି ପର୍ଯ୍ୟାୟରେ ପାଲାମୁ, ଗୁମ୍‍ଲା, ଗଡ଼ୱା ଓ ଲତେହାର ଜିଲ୍ଲା ସମେତ ୬ଟି ଜିଲ୍ଲାର ୧୩ଟି ନିର୍ବାଚନ ମଣ୍ଡଳୀରେ
ଶନିବାର ଦିନ ମତଦାନ ହେବ। ଶାନ୍ତିପୂର୍ଣ୍ଣ ଓ ନିରପେକ୍ଷ ମତଦାନ ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି ।

ବିଜେପି ସଭାପତି ଅମିତ୍‍ ଶାହା ଆଜି ଚକ୍ରା ଓ ଗଡ଼୍‍ୱାଠାରେ ନିର୍ବାଚନ ସଭାଗୁଡ଼ିକରେ ଉଦବୋଧନ ଦେଇ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଛନ୍ତି । ମୁଖ୍ୟମନ୍ତ୍ରୀ ରଘୁବର ଦାସ, ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା କାର୍ଯ୍ୟନିର୍ବାହୀ ସଭାପତି ହେମନ୍ତ ସୋରେନ୍‍, ଝାଡ଼ଖଣ୍ଡ ବିକାଶ ମୋର୍ଚ୍ଚା ସଭାପତି ବାବୁଲାଲ୍‍ ମରାଣ୍ଡି ଓ ଅଖିଳ ଝାଡ଼ଖଣ୍ଡ ଛାତ୍ରସଂଘ ମୁଖ୍ୟ ସୁଦେଶ କୁମାର ମାହାତୋ ମଧ୍ୟ ନିର୍ବାଚନ ର‍୍ୟାଲିଗୁଡ଼ିକରେ ଉଦ୍‍ବୋଧନ ଦେଉଛନ୍ତି। ଚଳିତ ନିର୍ବାଚନରେ ସଂରକ୍ଷଣ ଓ ନିଯୁକ୍ତି ମୁଖ୍ୟ ପ୍ରସଙ୍ଗ ରହିଛି ଓ ସବୁ
ରାଜନୈତିକ ଦଳ ଏହି ଦୁଇ ପ୍ରସଙ୍ଗକୁ ନେଇ ପ୍ରଚାର ଚଳାଇଛନ୍ତି।

- Advertisement -

୮୧ ସଦସ୍ୟ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭା ପାଇଁ ଆସନ୍ତା ୩୦ ତାରିଖ ଶନିବାରଠାରୁ ଡିସେମ୍ବର ୨୦ ତାରିଖ ମଧ୍ୟରେ ୫ଟି ପର୍ଯ୍ୟାୟରେ ଭୋଟ୍‍ ନିଆଯାଉଛି। ଡିସେମ୍ବର ୨୩ ତାରିଖରେ ଭୋଟ୍‍ ଗଣତି ହୋଇ ଫଳାଫଳ ପ୍ରକାଶ କରାଯିବ।

Hot this week

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

Related Articles

Popular Categories