କଳାହାଣ୍ଡି : ଓଡିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଗୁରୁବାର କଳାହାଣ୍ଡି ଗସ୍ତରେ ଆସି ଜିଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ସମିଖ୍ୟା କରିଥିଲେ। ଏହାପରେ ଭବାନୀପାଟଣାରେ ଚାଲିଥିବା ଆହାରକେନ୍ଦ୍ର ପରିଦର୍ଶନ କରିବାସହ ଆହାରକେନ୍ଦ୍ରରେ ଖାଦ୍ୟ ଖାଇଥିଲେ। ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲାପାଳ ଡା.ଗାଭିଲ ପରାଗ ହର୍ଷଦ ଉପସ୍ଥିତ ଥିଲେ । ପରେ ସ୍ଥାନୀୟ ସର୍କିଟ ହାଉସରେ କଳାହାଣ୍ଡି ବିଜୁ ଛାତ୍ର ଜନତାଦଳ ତରଫରୁ ଜିଲାରେ କୃଷି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ମୂଖ୍ୟ ଶସନ ସଚିବଙ୍କୁ ଦାବି ପତ୍ର ଦିଆଯାଇଥିଲା।
Popular Categories



