ଜାତକରେ ଶୁକ୍ର ଅଶୁଭ ସ୍ଥାନରେ ଥିଲେ, ବୈବାହିକ ଜୀବନ ସୁଖମୟ ହୋଇ ନ ଥାଏ। ଯଦି ଜାତକରେ କୌଣସି ପ୍ରକାର ଦୋଷ ଥାଏ ତେବେ ଏଥିରୁ ମୁକ୍ତି ପାଇବାପ ପାଇଁ ଶୁକ୍ରବାର କରନ୍ତୁ ଏହି ଉପାୟ । ଫଳରେ ଜାତକରୁ ଶୁକ୍ରଦୋଷ ଦୂର ହେବା ସହ ବୈବାହିକ ଜୀବନ ସୁଖମୟ ହୋଇଥାଏ।
୧. ଶୁକ୍ରବାର ଦିନ ୧୦୮ ଥର ଭଗବାନ ବିଷ୍ଣୁଙ୍କ ମନ୍ତ୍ର ଜପ କରନ୍ତୁ।
୨. ଚାଉଳ, ସନ୍ଦୁର, ଧଳା ବସ୍ତ୍ର, ଦହି, ଧଳା ଚନ୍ଦନ ଓ ଚାନ୍ଦି ଆଦି କୌଣସି ଦରିଦ୍ର ବ୍ୟକ୍ତି ବା ମନ୍ଦିରରେ ଦାନ କରନ୍ତୁ।
୩. ଶୁକ୍ରବାର ଦିନ ଯେକୌଣସି ବିବାହିତ ମହିଳାଙ୍କୁ ଚୁଡି, କୁମକୁମ ଓ ଲାଲ ଶାଢି ଦାନ କରନ୍ତୁ, ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି।
୪. ଶିବଲିଙ୍ଗ ଉପରେ କ୍ଷୀର ଓ ଜଳ ଅର୍ପଣ କରିବା ସହ ୧୦୮ ଥର ଓଁ ନମଃ ଶିବାୟ ମନ୍ତ୍ର ଜପ କରନ୍ତୁ।



