www.samajalive.in
Monday, December 15, 2025
24.1 C
Bhubaneswar

ସଂସଦରେ ଉଠିଲା କଟକ ବାଲିଯାତ୍ରା ପ୍ରସଙ୍ଗ: ଜାତୀୟ ମାନ୍ୟତା ଦାବିକଲେ ସାଂସଦ ସସ୍ମିତ ପାତ୍ର

ନୂଆଦିଲ୍ଲୀ: କଟକ ବାଲିଯାତ୍ରାକୁ ଜାତୀୟ ନୌବାଣିଜ୍ୟ ଐତିହ୍ୟ ପର୍ବ ମାନ୍ୟତା ଦେବା ପାଇଁ ବିଜେଡି ସାଂସଦ ସସ୍ମିତ ପାତ୍ର ରାଜ୍ୟସଭାରେ ଦାବି ଉପସ୍ଥାପନ କରିଛନ୍ତି। ବୁଧବାର ଶୂନ୍ୟକାଳରେ କଟକ ବାଲିଯାତ୍ରା ପ୍ରସଙ୍ଗ ଉତ୍ଥାପନ କରି ସାଂସଦ ଶ୍ରୀ ପାତ୍ର କହିଥିଲେ ଯେ ଓଡ଼ିଶାର ଗୌରବମୟ ଇତିହାସର ସ୍ମୃତି ଚାରଣ କରୁଛି କଟକ ବାଲିଯାତ୍ରା। ଜଗତୀକରଣର ବହୁ ପୂର୍ବରୁ ତତ୍କାଳୀନ କଳିଙ୍ଗର ଓଡ଼ିଆ ସାଧବ ପୁଅ ସେତେବେଳେ ଦକ୍ଷିଣ-ପୂର୍ବ ଏସିଆର ଜାଭା, ବାଲି, ସୁମାତ୍ରା ଓ ବୋର୍ଣ୍ଣିଓ ଆଦି ଅଞ୍ଚଳ ସହ ନୌବାଣିଜ୍ୟ ମାଧ୍ୟମରେ ବ୍ୟବସାୟିକ ଓ ସାଂସ୍କୃତିକ ସଂପର୍କ ସ୍ଥାପନ କରିଥିଲେ। ଓଡ଼ିଆ ସାଧବ ପୁଅର ଗୌରବମୟ ଗାଥାକୁ ମନେପକାଇ ହଜାର ବର୍ଷର ସହର କଟକରେ ଆୟୋଜିତ ବାଲିଯାତ୍ରାର ଏକ ସ୍ୱତନ୍ତ୍ର ସାମାଜିକ ଓ ସାଂସ୍କୃତିକ ମହତ୍ତ୍ବ ରହିଛି। କଟକ ବାଲିଯାତ୍ରାକୁ ଜାତୀୟ ନୌବାଣିଜ୍ୟ ଐତିହ୍ୟ ପର୍ବର ମାନ୍ୟତା ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନଭେମ୍ବର ୧୨ରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଲେଖିଥିବା ଚିଠି ବିଷୟରେ ସାଂସଦ ଶ୍ରୀ ପାତ୍ର ଉଲ୍ଲେଖ କରିଥିଲେ। ଓଡ଼ିଆଙ୍କ ଭାବାବେଗ ସହ ଜଡ଼ିତ କଟକ ବାଲିଯାତ୍ରାକୁ ତୁରନ୍ତ ଜାତୀୟ ମାନ୍ୟତା ପ୍ରଦାନ କରିବାକୁ ସାଂସଦ ଶ୍ରୀ ପାତ୍ର କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ରାଜ୍ୟସଭାର ଶୂନ୍ୟକାଳରେ ସଂକ୍ଷିପ୍ତ ଭାବେ ତଥ୍ୟ ସହ ପ୍ରସଙ୍ଗ ଉତ୍ଥାପନ କରିଥିବାରୁ ସାଂସଦ ସସ୍ମିତ ପାତ୍ରଙ୍କୁ ରାଜ୍ୟସଭା ଅଧ୍ୟକ୍ଷ ଏମ୍‌ ଭେଙ୍କୟା ନାଇଡ଼ୁ ପ୍ରଶଂସା କରିଥିଲେ। କ୍ରମାଗତ ଦ୍ୱିତୀୟ ଥର ନିଜ ଉପସ୍ଥାପନା ଶୈଳୀ ପାଇଁ ପ୍ରଶଂସାର ପାତ୍ର ବନିଥିବା ସାଂସଦ ସସ୍ମିତ ପାତ୍ରଙ୍କୁ ଗତ ଅଧିବେଶନ କାଳରେ ମହିଳା ସ୍ଥାନ ସଂରକ୍ଷଣ ପ୍ରସଙ୍ଗରେ ରାଜ୍ୟସଭା ଅଧ୍ୟକ୍ଷ ଶ୍ରୀ ନାଇଡ଼ୁ ପ୍ରଶଂସା କରିଥିଲେ।

Hot this week

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

Related Articles

Popular Categories