www.samajalive.in
Friday, December 12, 2025
27.1 C
Bhubaneswar

ମହାରାଷ୍ଟ୍ର ପ୍ରସଙ୍ଗରେ ମୁହଁ ଖୋଲିଲେ ଶାହା, କହିଲେ ମୁଖ୍ୟମନ୍ତ୍ରୀ ପଦ ଦେଇ ସମର୍ଥନ ନେବା ଆତ୍ମହତ୍ୟା ସଦୃଶ

ନୂଆଦିଲ୍ଲୀ: ଗୃହ ମନ୍ତ୍ରୀ ଅମିତ ଶାହା ମହାରାଷ୍ଟ୍ର ପସଙ୍ଗରେ ପ୍ରଥମଥର ମୁହଁ ଖୋଲି ପ୍ରତିକ୍ରିୟା ଦେଇଛନ୍ତି। ଶାହା କହିଛନ୍ତି ୧୦୦ ସିଟ୍ ପାଇଥିବା ଦଳ ୫୬ ସିଟ୍ ପାଇଥିବା ମେଣ୍ଟ ସହଯୋଗୀ ଦଳକୁ ମୁଖ୍ୟମନ୍ତ୍ରୀ ଆସନ ଦେବା ଆତ୍ମହତ୍ୟା ସଦୃଶ ନୁହେଁ ତ ଆଉ କଣ? ଶାହା ଆହୁରି ମଧ୍ୟ କହିଛନ୍ତି ଶରଦ ପାୱାର ଓ ସୋନିଆ ଗାନ୍ଧୀ ଥରେ କୁହନ୍ତୁ ମୁଖ୍ୟମନ୍ତ୍ରୀ ତାଙ୍କ ଦଳରୁ ହେବେ। ଏବଂ ଏହାପରେ ଶିବସେନାର ସମର୍ଥନ ନେଇକରି ଦେଖାନ୍ତୁ।
ଅମିତ ଶାହା ଆହୁରିମଧ୍ୟ କହିଛନ୍ତି ଶିବସେନା ମହାରାଷ୍ଟ୍ର ଜନାଦେଶର ଅପମାନ କରିଛି। ନିର୍ବାଚନର ପୂର୍ବରୁ ବିଜେପି କେବେ ଶିବସେନାକୁ ମୁଖ୍ୟମନ୍ତ୍ରୀ ପଦ ଦେବାକୁ ପ୍ରତିଶ୍ରୁତି ଦେଇନଥିଲା। ବିଜେପି ପ୍ରଥମରୁ କହି ଆସିଛି ମୁଖ୍ୟମନ୍ତ୍ରୀ ବିଜେପିରୁ ହିଁ ହେବ। ଶାହା କହିଛନ୍ତି ଯେଉଁ ନିର୍ବାଚନୀ ସଭାରେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଏବଂ ତାଙ୍କ ପୁଅ ଆଦିତ୍ୟ ଠାକରେ ଉପସ୍ଥିତ ରହିଥିଲେ ସେ ସଭାରେ ମଧ୍ୟ ଶାହା କହିଥିଲେ ଦେବେନ୍ଦ୍ର ଫଡନବିସ ମୁଖ୍ୟମନ୍ତ୍ରୀ ହେବେ। ସେତେବେଳେ କଣ ପାଇଁ ଶିବସେନା ପ୍ରତିବାଦ କଲାନାହିଁ?
ଗୃହମନ୍ତ୍ରୀ ଶାହା କହିଛନ୍ତି ଶିବସେନାର ସମସ୍ତ ବିଧାୟକ ବିଜେପି ସମର୍ଥନରେ ନିର୍ବାଚନ ଜିତିଛନ୍ତି। ସମସ୍ତ ବିଧାୟକ ନିର୍ବାଚନ ପ୍ରଚାର ବେଳେ ପୋଷ୍ଟରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ଥାନ ଦେଇଥିଲେ। ଶିବସେନାର ବିଧାୟକ ମାନେ ବିଜେପି ବିଧାୟକଙ୍କ ନିର୍ବାଚନ ପ୍ରଚାରବେଳେ ଲଗାଇଥିବା ମୋଦୀଙ୍କ କଟଆଉଟ୍ ଠାରୁ ବଡ ବଡ ମୋଦୀଙ୍କ କଟଆଉଟ୍ ଲଗାଇଥିଲେ। କଣ ଏହା ଭାରତ ଏବଂ ମହାରାଷ୍ଟ୍ରର ଜନତା ଜାଣିନାହାନ୍ତି ବୋଲି ଶାହା କହିଛନ୍ତି।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories