www.samajalive.in
Monday, December 15, 2025
15.1 C
Bhubaneswar

ବାଜୱାଙ୍କୁ ନେଇ ଅଡୁଆରେ ଇମ୍ରାନ ସରକାର, ପାକିସ୍ତାନରେ ଲାଗୁ ହୋଇପାରେ ଜରୁରୀ ପରିସ୍ଥିତି !

ନୂଆଦିଲ୍ଲୀ: ଆର୍ଥିକ ଏବଂ ରାଜନୈତିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନରେ ସରକାର ଜରୁରୀ ପରିସ୍ଥିତି ଲାଗୁ କରିବା ନେଇ ଚର୍ଚ୍ଚା ଜୋର ଧରିଛି। ଅନିୟନ୍ତ୍ରିତ ଦରବୃଦ୍ଧି ଯୋଗୁ ଲୋକଙ୍କ ଆକ୍ରୋଶ ଚରମସୀମାରେ ପହଞ୍ଚିଥିବାବେଳେ ବରୋଧୀ ଦଳ ଇମ୍ରାନ ଖାନ ସରକାରକୁ ହଟାଇବାକୁ ବାରମ୍ବାର ବିକ୍ଷୋଭ ପ୍ରଦର୍ଶନ ଚଳାଇଆସୁଛନ୍ତି। ଏପରି ସଙ୍କଟ ମଧ୍ୟରେ ସେନା ମୁଖ୍ୟ ଜେନେରାଲ କମର ଜାଭେଦ ବାଜୱାଙ୍କ କାର୍ଯ୍ୟକାଳ ବୃଦ୍ଧିକୁ ନେଇ ବିବାଦ ସୃଷ୍ଟି ହୋଇଛି, ଯାହା ସଙ୍କଟକୁ ଆହୁରି ଅଧିକ ଜଟିଳ କରିଦେଇଛି।

ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଜେନେରାଲ ବାଜୱାଙ୍କ କାର୍ଯ୍ୟକାଳ ଆଉ ୩ବର୍ଷ ବୃଦ୍ଧି କରିଥିଲେ। କିନ୍ତୁ ଏହା ବିରୋଧରେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି। ସୁପ୍ରିମକୋର୍ଟ ଉପଯୁକ୍ତ ପଦ୍ଧତିରେ ବାଜୱାଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇ ନ ଥିବା ଦର୍ଶାଇ ସାମୟିକ ଭାବେ ଏହା ଉପରେ ରୋକ୍‌ ଲଗାଇଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଜେନେରାଲ ବାଜୱାଙ୍କ ମାମଲାରେ ଯଦି କୌଣସି ପ୍ରକାରେ ସରକାରଙ୍କ ବିରୋଧରେ ସୁପ୍ରିମକୋର୍ଟ ରାୟ ଦିଅନ୍ତି ତେବେ ଏହାଯୋଗୁ ଯେଉଁ ପରିସ୍ଥିତି ସୃଷ୍ଟି ହେବ ତାହାର ମୁକାବିଲା ପାଇଁ ଦେଶରେ ଜରୁରୀ ପରିସ୍ଥିତି ଲାଗୁ କରାଯିବା ନେଇ ସରକାର ବିଚାର କରୁଥିବା ଜଣାପଡ଼ିଛି। ରିପୋର୍ଟରେ କୁହାଯାଇଛି ଯେ, ଏ ନେଇ କୌଣସି ସ୍ଥିର ନିଷ୍ପତ୍ତି ନିଆଯାଇ ନାହିଁ। କାରଣ ସରକାରରେ ଥିବା ଅଧିକାଂଶ ଉଚ୍ଚ ପଦସ୍ଥ ଅଧିକାରୀ ଏଭଳି ପଦକ୍ଷେପକୁ ବିରୋଧ କରିଛନ୍ତି। ଜରୁରୀ ପରିସ୍ଥିତି ଲାଗୁ ହେଲେ ପରିସ୍ଥିତି ଅଧିକ ବିଗିଡ଼ିଯିବ ଏବଂ ନିୟନ୍ତ୍ରଣ ବାହାରକୁ ଚାଲିଯିବାର ଆଶଙ୍କା ଉପୁଜିବ। କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ଜରୁରୀ ପରିସ୍ଥିତି ଲାଗୁ କରାଯିବାର ସମ୍ଭାବନାକୁ ମଧ୍ୟ ଏଡାଇ ଦିଆଯାଇପାରୁ ନାହିଁ ବୋଲି ରିପୋର୍ଟରେ ଦର୍ଶାଯାଇଛି। ଜରୁରୀ ପରିସ୍ଥିତି ଲାଗୁ ପାଇଁ ସମର୍ଥନ କରୁଥିବା ନେତାମାନଙ୍କ କହିବା ଅନୁସାରେ, ଅତୀତରେ ଜରୁରୀ ପରିସ୍ଥିତି ଲାଗୁ ହେବାର ଭଲ ପରିଣାମ ସାମ୍ନାକୁ ଆସିଛି। କମ୍‌ ସମୟ ପାଇଁ ଜରୁରୀ ପରିସ୍ଥିତି ଲାଗୁ କରାଯିବା ହାନିକାରକ ହେବନାହିଁ। ଏହାଦ୍ବାରା ସମ୍ବିଧାନିକ ସଙ୍କଟ ସ୍ଥିତିର ମୁକାବିଲା କରାଯାଇ ପାରିବ ଏବଂ ସମାଜରେ କୌଣସି ପ୍ରକାର ଅଶାନ୍ତିକୁ କାବୁ କରାଯାଇ ସୌହାଦ୍ଦ୍ୟପୂର୍ଣ୍ଣ ବାତାବରଣ ମଧ୍ୟରେ ଲୋକଙ୍କ ସମସ୍ୟାର ସମାଧାନ କରାଯାଇପାରିବ।

- Advertisement -

ଏସବୁ ଘଟଣାକ୍ରମରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ବୁଧବାର କ୍ୟାବିନେଟ ବୈଠକ ଡକାଇଥିଲେ। ସରକାରଙ୍କ ଆଇନ ବିଶେଷଜ୍ଞ ଟିମ୍‌ ବାଜୱାଙ୍କ କାର୍ଯ୍ୟକାଳ ବୃଦ୍ଧି ଉପରେ ସୁପ୍ରିମକୋର୍ଟଙ୍କ ଆପତ୍ତି ବିଷୟରେ ଇମ୍ରାନ ଏବଂ ତାଙ୍କ ମନ୍ତ୍ରିମଣ୍ଡଳକୁ ଅବଗତ କରାଇଥିଲା। ବୈଠକରେ ବାଜୱା ମଧ୍ୟ ଉପସ୍ଥିତ ଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories