www.samajalive.in
Monday, December 15, 2025
27.1 C
Bhubaneswar

ପ୍ରିୟଦର୍ଶନଙ୍କ ସହ ମିଶି ପୁଣିଥରେ ଦର୍ଶକଙ୍କୁ ହସାଇ ବେଦମ କରିବେ ଅକ୍ଷୟ

ମୁମ୍ବଇ: ବଲିଉଡ଼ ଅଭିନେତା ଅକ୍ଷୟ କୁମାର ୨୦୦୦ ମସିହାରେ ‘ହେରା ଫେରୀ’ ଚଳଚ୍ଚିତ୍ର ମାଧ୍ୟମରେ ନିଜର ଆକ୍ସନ ଅବତାରରୁ ଟିକିଏ ହଟି କମେଡ଼ି ଜଗତରେ ପାଦ ଦେଇଥିଲେ। ତାଙ୍କର କମେଡ଼ି ଅବତାରକୁ ଦର୍ଶକ ଗ୍ରହଣ କରିବା ପରେ ସେ ଗୋଟିଏ ପରେ ଗୋଟିଏ କମେଡ଼ି ଚଳଚ୍ଚିତ୍ର କରିବା ଆରମ୍ଭ କରିଥିଲେ। ତେବେ ପୁଣିଥରେ ସେ ଏକ କମେଡ଼ି ଚଳଚ୍ଚିତ୍ରରେ ନଜର ଆସିବେ ବୋଲି ଖବର ମିଳିଛି।
ସୂଚନା ଅନୁସାରେ, ‘ହେରା ଫେରୀ’ର ନିର୍ଦ୍ଦେଶକ ପ୍ରିୟଦର୍ଶନ ଦୀର୍ଘ ଦିନ ପରେ ପୁଣି ଅକ୍ଷୟଙ୍କ ସହ କାମ କରିବାକୁ ଯାଉଛନ୍ତି। ପୂର୍ବରୁ ଦୁହେଁ ‘ହେରା ଫେରୀ’ ସହିତ ‘ଦେ ଦନା ଦନ୍‍’, ‘ଗରମ ମସାଲା’ ଓ ‘ଭୁଲ୍‍ ଭୁଲୈୟା’ ଭଳି ଅନେକ କମେଡ଼ି ଚଳଚ୍ଚିତ୍ରରେ ଏକାଠି କାମ କରିଛନ୍ତି। ଗୋଆରେ ଅନୁଷ୍ଠିତ ଏକ ଚଳଚ୍ଚିତ୍ର ମହୋତ୍ସବରେ ପ୍ରିୟଦର୍ଶନ କହିଛନ୍ତି ଯେ, ସେ ଅକ୍ଷୟଙ୍କ ସହ ଆଗାମୀ ପ୍ରୋଜେକ୍ଟର କାମ ଆସନ୍ତା ବର୍ଷ ଆରମ୍ଭ କରିବେ। ଏହା ଏକ କମେଡ଼ି ଚଳଚ୍ଚିତ୍ର ଓ ସେ ଏବେ ଏହାର କାହାଣୀ ଲେଖୁଛନ୍ତି। ଅକ୍ଷୟଙ୍କ ସହ କାମ କରିବାକୁ ସେ ବହୁତ ଭଲ ପାଆନ୍ତି ବୋଲି ପ୍ରିୟଦର୍ଶନ କହିଛନ୍ତି।

Hot this week

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

Related Articles

Popular Categories