ଛତ୍ରପୁର : ଗଞ୍ଜାମ ଜିଲାର ଛତ୍ରପୁର ବ୍ଲକ ୧୯ନଂ ଜୋନର ଜିଲା ପରିଷଦ ସଭ୍ୟ ଉପନିର୍ବାଚନ ପାଇଁ ମତଦାନ ଶେଷ ହୋଇସାରିଛି। ବୁଧବାର ସକାଳୁ ୯୬ ଟି ବୁଥରେ ଶାନ୍ତି ଶୃଙ୍ଖଳା ଭାବେ ମତଦାନ ପ୍ରକ୍ରିୟା ଚାଲିଥିଲା । ସକାଳ ୭ଟାରୁ ମଧ୍ୟାହ୍ନ ୧୨ଟା ମଧ୍ୟରେ ମତଦାନ ଅନୁଷ୍ଠିତ ହୋଇଥିଲା।
ସୂଚନାଯୋଗ୍ୟ ଯେ, ଏହି ଜୋନରୁ ପୂର୍ବରୁ ବର୍ତ୍ତମାନର ଛତ୍ରପୁର ବିଧାୟକ ଶ୍ରୀ ସୁବାଷ ଚନ୍ଦ୍ର ବେହେରା ବିଜୟୀ ହୋଇ ଜିଲା ପରିଷଦ ଅଧ୍ୟକ୍ଷ ହୋଇଥିଲେ। ୨୦୧୯ ସାଧାରଣ ନିର୍ବାଚନରେ ଶ୍ରୀ ବେହେରା ବିଧାୟକ ହେବାପରେ ଉକ୍ତ ଆସନଟି ଖାଲି ପଡ଼ିଥିଲା ଏହି ଆସନଟି ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ରହିଥିବା ବେଳେ ବିଜେଡିରୁ ପ୍ରମୋଦ କୁମାର ପ୍ରଧାନ, ବିଜେପି ପକ୍ଷରୁ ରଞ୍ଜିତ ପ୍ରଧାନ , କଂଗ୍ରେସ ପକ୍ଷରୁ ରବିନ୍ଦ୍ର ସେଠୀ ଓ ସିପିଆଇରୁ ଭାଗିରଥି ପ୍ରଧାନ ପ୍ରାର୍ଥୀ ହୋଇଥିଲେ । ଆସନ୍ତା କାଲି ବ୍ଲକ କାର୍ୟ୍ୟାଳୟରେ ଭୋଟଗଣନା କରାଯାଇ ଫଳାଫଳ ଘୋଷଣା କରାଯିବ।



