www.samajalive.in
Thursday, December 11, 2025
27.1 C
Bhubaneswar

ଅଯୋଧ୍ୟା ପ୍ରସଙ୍ଗ : ମୁସଲିମ ପର୍ସନଲ ଲ’ ବୋର୍ଡ ଆସନ୍ତା ସପ୍ତାହରେ ଦାଖଲ କରିବ ପୁନର୍ବିଚାର ପିଟିଶନ

ଲକ୍ଷ୍ନୌ : ଏକ ଗୁରତ୍ବପୂର୍ଣ୍ଣ ଘଟଣାକ୍ରମରେ ଅଲ ଇଣ୍ଡିଆ ମୁସଲିମ ପର୍ସନଲ ଲ’ ବୋର୍ଡ  ଡିସେମ୍ବର ପ୍ରଥମ ସପ୍ତାହରେ ସୁପ୍ରିମକୋର୍ଟରେ  ଅଯୋଧ୍ୟା ରାୟ ଉପରେ ପୁନର୍ବିଚାର ପିଟିଶନ ଦାଖଲ କରିବାର ନିଷ୍ପତ୍ତି ନେଇଛି । ପର୍ସନଲ ଲ’ ବୋର୍ଡ ଟ୍ବିଟ କରି ଏହି ସୂଚନା ଦେଇଛି।

ବୋର୍ଡର ସଚିବ ତଥା ବରିଷ୍ଠ ଆଇନଜୀବୀ ଜାଫରୟାବ ଜିଲାନୀ କହିଛନ୍ତି ଯେ, ସୁନ୍ନି ୱକଫ ବୋର୍ଡ ପୁନର୍ବିଚାର ପିଟିଶନ ଦାଖଲ କଲେ ବୋର୍ଡ ଉପରେ କୌଣସି ବିପରୀତ ଆଇନଗତ ପ୍ରଭାବ ପଡିବ ନାହିଁ । ସେ ଏହା ମଧ୍ୟ କହିଛନ୍ତି ଯେ, ସମସ୍ତ ମୁସଲିମ ସଂଗଠନ ପୁନର୍ବିଚାର ପିଟିଶନ ଦାଖଲ କରିବା ପାଇଁ ଏକମତ ହୋଇଛନ୍ତି ।

- Advertisement -

ତେବେ​​‌ ଜିଲାନୀ କହିଛନ୍ତି ସୁସଲିମ ସମାଜ ଆଜି ମଧ୍ୟ ମୁସଲିମ ପର୍ସନଲ ଲ’ ବୋର୍ଡ ସହିତ ଅଛନ୍ତି । ଯେଉଁମାନେ ପୁନର୍ବିଚାର ପିଟିଶନକୁ ବିରୋଧ କରୁଛନ୍ତି ସେମାନେ କୌଣସି ଏକ ସହରକୁ ଯାଇ ମୁସଲମାନମାନଙ୍କର ସମାବେଶ କରି ସେମାନଙ୍କ ରାୟ ନିଅନ୍ତୁ । ପର୍ସନଲ ଲ’ ବୋର୍ଡ ମୁସଲମାନମାନଙ୍କର ମତାମତକୁ ଦୃଷ୍ଟିରେ ରଖି ପୁନର୍ବିଚାର ପିଟିଶନ ଦାଖଲ କରିବାକୁ ନିଷ୍ପତ୍ତି ନେଇଛି । ସେ କହିଛନ୍ତି ପୁନର୍ବିଚାର ପିଟିଶନର ଡ୍ରାଫ୍ଟ ବା ଚିଠା ପ୍ରସ୍ତୁତ ହୋଇ ସାରିଛି । ସମସ୍ତ ପ୍ରସ୍ତୁତି ସରିଛି ଆମେ ଡିସେମ୍ବର ପ୍ରଥମ ସପ୍ତାହରେ ପିଟିଶନ ଦାଖଲ କରିବୁ ବୋଲି ସେ କହିଛନ୍ତି ।  

ଅନ୍ୟ ପକ୍ଷରେ ଉତ୍ତରପ୍ରଦେଶର ସୁନ୍ନି ୱକଫ ବୋର୍ଡ  ଅଯୋଧ୍ୟା ରାୟ ଉପରେ ପୁନର୍ବିଚାର ପିଟିଶନ ଦାଖଲ ନ  କରିବା ପାଇଁ ନିଷ୍ପତ୍ତି ନେଇଛି । ବୈଠକରେ ବୋର୍ଡର ୭ ସଦସ୍ୟଙ୍କ ମଧ୍ୟରୁ ୬ ଜଣ ପୁନର୍ବିଚାର ପିଟିଶନ ଦାଖଲ ସପକ୍ଷରେ ନ ଥିଲେ। ବୋର୍ଡର ଏକମାତ୍ର ସଦସ୍ୟ ଅବଦୁଲ ରଜ୍ଜାକ ଖାନ ପୁନର୍ବିଚାର ପାଇଁ ପିଟିଶନ ଦାଖଲ କରିବାକୁ ଚାହୁଁଥିଲେ । ମଙ୍ଗଳବାର ବୋର୍ଡ ବୈଠକରେ ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ରାୟର ପୁନର୍ବିଚାର ପାଇଁ ବୋର୍ଡ ଆବେଦନ କରିବ ନାହିଁ ବୋଲି  ସ୍ଥିର ହୋଇଛି।

 ମଙ୍ଗଳବାର ହୋଇଥିବା ବୈଠକରେ ସୁପ୍ରିମକୋର୍ଟଙ୍କ ଦ୍ବାରା ଦିଆଯାଇଥିବା ରାୟ ଉପରେ ବିଚାର-ବିମର୍ଶ କରାଯାଇଥିଲା। ଏହା ପରେ ବୋର୍ଡର ଅଧ୍ୟକ୍ଷ ଜୁଫର ଫାରୁକୀ ଗଣମାଧ୍ୟମ ଆଗରେ କହିଥିଲେ ଯେ, ସୁପ୍ରିମକୋର୍ଟଙ୍କ ରାୟକୁ ବିରୋଧ କରାଯିବ ନାହିଁ। ତେବେ ୫ ଏକର ଜାମି ନେବା ନିଷ୍ପତ୍ତି ସମ୍ପର୍କରେ ବୋର୍ଡ କହିଛି ଯେ, ଯେତେବେଳେ ଜାଗା ଦିଆଯିବ ସେତେବେଳେ ନିଷ୍ପତ୍ତି ନିଆଯିବ। ବର୍ତ୍ତମାନ ଏ ସମ୍ପର୍କରେ କିଛି କୁହାଯାଇ ପାରିବ ନାହିଁ।

Hot this week

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

Related Articles

Popular Categories