www.samajalive.in
Sunday, December 14, 2025
17.1 C
Bhubaneswar

ଦାଗ ମୁକ୍ତ ଓ ସୁନ୍ଦର ତ୍ୱଚା ପାଇଁ ଏପରି କରନ୍ତୁ ଟମାଟୋର ବ୍ୟବହାର

ଗୋରା ଓ ଦାଗ ମୁକ୍ତ ତ୍ୱଚା ସଭିଁଙ୍କୁ ବେଶ ପସନ୍ଦ। ବିଶେଷ କରି ଏଥିପାଇଁ ଝିଅମାନେ ପାର୍ଲର ଯିବା ସହ ବହୁ ଦାମୀ କ୍ରିମର ମଧ୍ୟ ବ୍ୟବହାର କରିଥାଆନ୍ତି। ମାତ୍ର ଘରେ ଥିବା କେତେକ ଜିନିଷକୁ ବ୍ୟବହାର କରି ଆପଣ ଗୋରା ଓ ଦାଗ ମୁକ୍ତ ତ୍ୱଚା ମଧ୍ୟ ପାଇପାରିବେ। ଆଜ୍ଞା ହଁ ଘରେ ଥିବା ଟମାଟୋକୁ ବ୍ୟବହାର କରି ଆପଣ ସୁନ୍ଦର, ଦାଗ ମୁକ୍ତ ଓ ଗୋରା ତ୍ୱଚା ପାଇପାରିବେ। ଟମାଟୋରେ ଥିବା ଫୋଲିକ ଏସିଡ଼, ଭିଟାମିନ ସି, ମିନେରାଲ୍ସ ତ୍ୱଚାକୁ ଗୋରା ଓ ସୁନ୍ଦର କରିଥାଏ। ଜାଣନ୍ତୁ କିଭଳି ଏହାର ବ୍ୟବହାର କରିବେ….
ଟମାଟୋ ଓ ଦହି –
୨ ଚାମଚ ଟମାଟୋ ରସରେ ୨ ଚାମଚ ଦହି ମିଶାଇ ଏହାକୁ ମୁହଁରେ ଲଗାନ୍ତୁ। ମୁହଁରେ ଲଗାଇ ଏହାକୁ ୨୦ ମିନିଟ ରଖନ୍ତୁ। ଏପରି ସପ୍ତାହକୁ ୨ଥର ଲଗାନ୍ତୁ। ନିଜେ ଏହାର ଚମତ୍କାରିତା ଅନୁଭବ କରିବେ।
ଟମାଟୋ ଓ ମହୁ –
୨ ଚାମଚ ଟମାଟୋ ରସରେ ଏକ ଚାମଚ ମହୁ ମିଶାଇ ଏହାକୁ ମୁହଁରେ ଲଗାନ୍ତୁ। ୨୦ ମିନିଟ ପରେ ମୁହଁକୁ ଧୋଇ ଦିଅନ୍ତୁ। ଏହା ମୁହଁକୁ ଗୋରା ଓ ସୁନ୍ଦର କରିଥାଏ।
ଟମାଟୋ ଓ ଏଲୋବେରା ଜେଲ୍‍ –
୨ ଚାମଚ ଟମାଟୋ ରସରେ ୧ ଚାମଚ ଏଲୋବେରା ଜେଲ୍‍ ମିଶାଇ ଏହାକୁ ମୁହଁରେ ଲଗାନ୍ତୁ। ଏହାକୁ ଲଗାଇବା ଦ୍ୱାରା ମୁହଁରେ ଥିବା ସମସ୍ତ ଦାଗ ଦୂର ହେବା ସହ ଆଖିତଳର କଳାଦାଗ ମଧ୍ୟ ଦୂର ହୋଇଥାଏ। ଏହାକୁ ମୁହଁରେ ଲଗାଇ ୨୦ ମିନିଟ ରଖି ଧୋଇ ଦିଅନ୍ତୁ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories