www.samajalive.in
Tuesday, December 9, 2025
16.1 C
Bhubaneswar

କ୍ରମାଗତ ଷଷ୍ଠ ତ୍ରୈମାସ ପାଇଁ ଖସିପାରେ ଅଭିବୃଦ୍ଧି ; ଜୁଲାଇ-ସେପ୍ଟେମ୍ବରରେ ୪.୭%

ନୂଆଦିଲ୍ଲୀ : କ୍ରମାଗତ ଭାବେ ଷଷ୍ଠ ତ୍ରୈମାସ ପାଇଁ ନିମ୍ନଗାମୀ ହୋଇଛି ଅଭିବୃଦ୍ଧି ଦେଶର ଆର୍ଥିକ ଅଭିବୃଦ୍ଧିରେ ଏଭଳି ହ୍ରାସ ମାନ୍ଦାବସ୍ଥା ପ୍ରଭାବକୁ ସୂଚାଉଛି। ଚଳିତ ଆର୍ଥିକବର୍ଷର ଜୁଲାଇ-ସେପ୍ଟେମ୍ବରରେ ତ୍ରୈମାସରେ ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ୪.୭% ରହିବ।  ଚଳିତବର୍ଷର ଏପ୍ରିଲ-ଜୁନ୍‌ ପରେ ଅଭିବୃଦ୍ଧିରେ ଏହା ହେଉଛି ସବୁଠାରୁ ନିମ୍ନତମ ​ବୋଲି ଫିଚ୍‌ ଗ୍ରୁପର ଇଣ୍ଡିଆ ରେଟିଂସ ଆଣ୍ଡ୍‌ ରିସର୍ଚ୍ଚ ପକ୍ଷରୁ ଏକ ରିପୋର୍ଟରେ ଆକଳନ କରାଯାଇଛି।

ଚଳିତବର୍ଷର ଏପ୍ରିଲ-ଜୁନ୍‌ ତ୍ରୈମାସରେ ଜିଡିପି ଅଭିବୃଦ୍ଧି ୫% ରହିଥିଲା, ଯାହାକି ୨୦୧୩ ପରେ ସବୁଠାରୁ କମ୍‌ ରହିଥିଲା ା ଏଭଳି ସ୍ଥଳେ ଜୁଲାଇ-ସେପ୍ଟେମ୍ବର ତ୍ରୈମାସରେ ଅଭିବୃଦ୍ଧି ୫% ତଳକୁ ଖସିବା ସମ୍ପର୍କିତ ଏହି ରିପୋର୍ଟ ସରକାରଙ୍କ ପାଇଁ ନିଶ୍ଚିତ ଭାବେ ଏକ ସତର୍କବାଣୀ। ୨୦୧୯-୨୦ ଆର୍ଥିକବର୍ଷରେ ଅଭିବୃଦ୍ଧି ୫.୬% ରହିବ ​ବୋଲି ଆକଳନ କରାଯାଇଛି। ଏହାକୁ ମିଶାଇ ଚତୁର୍ଥ ଥର ପାଇଁ ଏଜେନ୍ସି ଜିଡିପିରେ ଏଭଳି ସଂଶୋଧନ କରିଛି। ମାତ୍ର ମାସକ ତଳେ ୨୦୧୯-୨୦ରେ ଦେଶର ଜିଡିପି ଅଭିବୃଦ୍ଧି ୬.୧% ରହିବ ​ବୋଲି ଫିଚ୍‌ କହିଥିଲା। ଏହି ସମୟରେ ଅଭିବୃଦ୍ଧି ୫.୮% ରହିବା ନେଇ ପୂର୍ବରୁ ରେଟିଂ ଏ​ଜେନ୍ସି ମୁଡିସ୍‌ ଆକଳନ କରିଥିଲା, କିନ୍ତୁ ଫିଚ୍‌ର ଉପରୋକ୍ତ ଆକଳନ ଏହାଠାରୁ ଢେର କମ୍‌ ଥିବା ଜଣାଯାଇଛି। ଦେଶର ଜିଡିପି ଅଭିବୃଦ୍ଧି କ୍ଷେତ୍ରରେ ଦେଖାଦେଇଥିବା ଏଭଳି ମନ୍ଥରତାକୁ ପ୍ରତିହତ କରିବା ପାଇଁ ମୋଦି ସରକାରଙ୍କ ପକ୍ଷରୁ ବହୁବିଧ ପଦକ୍ଷେପ ଗ୍ରହଣ ସ​ତ୍ତ୍ବେ ଜିଡିପି ସମ୍ପର୍କିତ ଏଭଳି ତଥ୍ୟ କେନ୍ଦ୍ର ଏବେ ମୁଣ୍ଡବିନ୍ଧାର କାରଣ ହୋଇଛି। କେନ୍ଦ୍ର ସରକାର ଚଳିତବର୍ଷ ସେପ୍ଟେମ୍ବରରେ କମ୍ପାନୀ ଟିକସ ହାର ୩୦%ରୁ ୨୨%କୁ ହ୍ରାସ ଘଟାଇଥି​ଲେ। ନୂଆ ବିଦେଶୀ ପୁଞ୍ଜି ନିବେଶ ଆକୃଷ୍ଟି କରିବା ପାଇଁ ନୂଆ ବିନିର୍ମାଣ କମ୍ପାନୀଙ୍କ ପାଇଁ ଟିକସ ହାର ୧୫%କୁ ହ୍ରାସ କରିଥିଲେ। କେନ୍ଦ୍ର ସରକାର ବ୍ୟାଙ୍କ ମିଶ୍ରଣ, ଅଟୋ କ୍ଷେତ୍ରକୁ ସହାୟତା, ଭିତ୍ତିଭୂମି ​କ୍ଷେତ୍ରରେ ବ୍ୟୟ ଯୋଜନା ସହ ଷ୍ଟାର୍ଟ ଅପ୍‌ଙ୍କୁ ଟିକସ ରିଆତି ଭଳି ପଦକ୍ଷେପ ଗ୍ରହଣ କରିଥିଲେ। ତେବେ ଭାରତ ପାଇଁ ୫.୬% ଜିଡିପି ଅଭିବୃଦ୍ଧି ନିହାତି ଜରୁରୀ ଥିବା ଫିଚ୍‌ କହିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories