www.samajalive.in
Monday, December 8, 2025
27.1 C
Bhubaneswar

ଚିକେନ ମଲାଇ ଟିକ୍କା

ଆବଶ୍ୟକ ସାମଗ୍ରୀ
ଚିକେନ – ୫୦୦ ଗ୍ରାମ ( ବୋନଲେସ୍‍ )
ଦହି – ୧କପ
କ୍ରିମ – ୧କପ
ଗୋଲମରିଚ ଗୁଣ୍ଡ – ଅଳ୍ପ
ଗରମ ମସଲା ଗୁଣ୍ଡ – ଅଳ୍ପ
ଚାର୍ଟ ମସଲା – ଅଳ୍ପ
ଜିରା ଗୁଣ୍ଡ – ଅଳ୍ପ
ଲୁଣ – ଆବଶ୍ୟକ ପରିମାଣରେ
ଚିଲି ସସ – ଅଳ୍ପ
କସ୍ତୁରୀ ମେଥି – ଅଳ୍ପ
ଅଦା ରସୁଣ ବଟା – ଆବଶ୍ୟକ ପରିମାଣରେ
ଭିନେଗାର – ଅଳ୍ପ
ଧନିଆପତ୍ର ଚଟଣି – ଅଳ୍ପ
କଟା ପିଆଜ – ଅଳ୍ପ
ତେଲ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଚିକେନକୁ ଭଲ ଭାବେ ଧୋଇ ଏକ ପାତ୍ରରେ ରଖନ୍ତୁ। ଏବେ ଏଥିରେ ଦହି, କ୍ରିମ, ଲୁଣ, ଭିନେଗାର, ଗରମ ମସଲା, ଜିରା ଗୁଣ୍ଡ, ଚାର୍ଟ ମସଲା, ଗୋଲମରିଚ ଗୁଣ୍ଡ, ଚିଲି ସସ, କସ୍ତୁରୀ ମେଥି, ଅଦା ରସୁଣ ବଟା, ଆଦି ଗୋଳାଇ ଦିଅନ୍ତୁ। ଏହାକୁ କିଛି ସମୟ ରଖି ଦିଅନ୍ତୁ। ବର୍ତ୍ତମାନ ଗ୍ୟାସରେ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ରଖିଥିବା ଚିକେନକୁ ଛାଣି ଦିଅନ୍ତୁ। ଭଲ ଭାବେ ଛାଣିବା ପରେ ଏହାକୁ ଏକ ପାତ୍ରକୁ କାଢି କଟା ପିଆଜ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଚିକେନ ମଲାଇ ଟିକ୍କା।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories