www.samajalive.in
Sunday, December 7, 2025
18.1 C
Bhubaneswar

ଇନ୍ଦୋର ଟେଷ୍ଟରେ ଭାରତର ଦମଦାର ବିଜୟ : ୧-୦ରେ ସିରିଜ୍ ଆଗୁଆ

ଇନ୍ଦୋର : ବାଂଲାଦେଶ ବିପକ୍ଷରେ ଭାରତ ଦମଦାର ବିଜୟ ଲାଭ କରିଛି । ବାଂଲାଦେଶକୁ ଏକ ଇନିଂସ ଓ ୧୩୦ରେ ପରାସ୍ତ କରି ଭାରତ ଟେଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ଲାଭ କରିଛି । ଫଳରେ ମାତ୍ର ୩ ଦିନରେ ଏହି ଟେଷ୍ଟ ମ୍ୟାଚ ଶେଷ ହୋଇଛି । ଉଭୟ ବ୍ୟାଟିଂ ଓ ବୋଲିଂରେ ଚମତ୍କାର ପ୍ରଦର୍ଶନ କରି ଭାରତ ଏହି ସହଜ ବିଜୟ ହାସଲ କରିଛି ।

ଇନ୍ଦୋରର ହୋଲକର ଷ୍ଟାଡିୟମରେ ଅନୁଷ୍ଠିତ ଭାରତ-ବାଂଲାଦେଶ ପ୍ରଥମ ଟେଷ୍ଟର ୩ୟ ଦିନରେ ଭାରତ ୪୯୩/୬ରେ ପ୍ରଥମ ଇନିଂସ ଘୋଷଣା କରିଥିଲା ୨ୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ୬ ୱିକେଟ ହରାଇ ୪୯୩ ରନ୍‌ ସଂଗ୍ରହ କରିଥିଲା। ଶନିବାର ୩ୟ ଦିନ ଖେଳ ଆରମ୍ଭ ହେବା ପୂର୍ବରୁ ଭାରତ ପାଳି ଘୋଷଣା କରିଥିଲା । ଫଳରେ ଭାରତ ବାଂଲାଦେଶର ପ୍ରଥମ ଇନିଂସ(୧୫୦ରନ)ଠାରୁ ଭାରତ ୩୪୩ ରନରେ ଆଗୁଆ ରହିଥିଲା। ବାଂଲାଦେଶ ତାହାର ୨ୟ ଇନିଂସ ଖେଳ ଆରମ୍ଭ କରି  ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା।

- Advertisement -

ପରେ ବାଂଲାଦେଶ ୨୧୩ ରନ୍ କରି ଅଲ୍ ଆଉଟ ହୋଇ ଯାଇଥିଲା। ଦଳ ପକ୍ଷରୁ ମୁଶଫିକର ସର୍ବାଧିକ ୬୪ ରନ ସଂଗ୍ରହ କରିଥିଲେ। ଭାରତ ପକ୍ଷରୁ ମହମ୍ମଦ ସାମୀ ସର୍ବାଧିକ ୭ ୱିକେଟ ହାସଲ କରିଛନ୍ତି। ପ୍ରଥମ ଇନିଂସରେ ୨୪୩ ରନ କରିଥିବା ମୟଙ୍କ ଅଗ୍ରୱାଲ ପ୍ଲେୟାର ଅଫ ଦ ମ୍ୟାଚ ବିବେଚିତ ହୋଇଛନ୍ତି ।

ଚୁଡାନ୍ତ ସ୍କୋର : ବାଂଲାଦେଶ ପ୍ରଥମ ଇନିଂସ ୧୫୦ ରନ୍, ୨ୟ ଇନିଂସ ୨୧୩ ରନ୍

ଭାରତ ପ୍ରଥମ ଇନିଂସ – ୪୯୩/୬ରେ ପାଳି ଘୋଷଣା

 

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories