www.samajalive.in
Friday, December 5, 2025
26.1 C
Bhubaneswar

ହାର୍ଦିକ ପାଣ୍ଡ୍ୟା ଆହତ ?

ମୁମ୍ବଇ: ଚଳିତ ଆଇପିଏଲ୍‌ ପ୍ରାରମ୍ଭରୁ ନୂଆ ବଲ୍‌ରେ ବୋଲିଂ କରିବା ନେଇ ସମାଲୋଚିତ ହୋଇଥିଲେ ମୁମ୍ବଇ ଇଣ୍ଡିଆନ୍‌ସର ଅଧିନାୟକ ହାର୍ଦିକ ପାଣ୍ଡ୍ୟା। ହେଲେ ପ୍ରଥମ ୨ଟି ମ୍ୟାଚ୍‌ରେ ୭ ଓଭରରୁ ୭୬ ରନ୍‌ ଦେଇ ହାର୍ଦିକ ଗୋଟିଏ ମାତ୍ର ୱିକେଟ ପାଇଥିଲେ। ହେଲେ ପରବର୍ତ୍ତୀ ୨ଟି ମ୍ୟାଚ୍‌ରେ ହାର୍ଦିକ ଆଦୌ ବୋଲିଂ କରିନଥିଲେ। ଆର୍‌ସିବି ବିପକ୍ଷ ଶେଷ ମ୍ୟାଚ୍‌ରେ ହାର୍ଦିକ ମାତ୍ର ଗୋଟିଏ ଓଭର ବୋଲିଂ କରିଥିଲେ। ହାର୍ଦିକ ଗତ ୩ଟି ମ୍ୟାଚ୍‌ରେ ମାତ୍ର ୧ ଓଭର ବୋଲିଂ କରିବା ପରେ ସେ ଆହତ ଅଛନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ନ୍ୟୁଜିଲାଣ୍ଡର ପୂର୍ବତନ ଫାଷ୍ଟବୋଲର ସାଇମନ୍ ଡୁଲ୍‌ କହିଛନ୍ତି, ପ୍ରଥମ ୨ଟି ମ୍ୟାଚ୍‌ରେ ନୂଆ ବଲ୍‌ରେ ବୋଲିଂ କରି ଦଳକୁ ବାର୍ତ୍ତା ଦେବାକୁ ଚାହିଁଥିଲେ। ହେଲେ ପରେ ହଠାତ୍‌ ହାର୍ଦିକ ଆଦୌ ବୋଲିଂ ନ କରିବା ଆଦୌ ଗ୍ରହଣୀୟ ନୁହେଁ। ତେଣୁ ସେ ନିଶ୍ଚୟ ଆହତ ଅଛନ୍ତି। ହାର୍ଦିକ ଏହାକୁ ସ୍ବୀକାର କରୁନାହାନ୍ତି ସତ; ହେଲେ ତାଙ୍କଠାରେ ନିଶ୍ଚିତ କିଛି ଅସୁବିଧା ରହିଛି। ତାଙ୍କର ସୀମିତ ବୋଲିଂକୁ ନେଇ ପ୍ରଶ୍ନହେବାରୁ ହାର୍ଦିକ କହିଥିଲେ ଯେ ସଠିକ୍‌ ସମୟରେ ସେ ବୋଲିଂ କରିବେ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories