www.samajalive.in
Sunday, December 7, 2025
13.1 C
Bhubaneswar

ରଣଜୀ ବିଜୟୀ ମୁମ୍ବଇର ମୋହିତଙ୍କୁ ମିଳୁନାହିଁ ଚାକିରି

ମୁମ୍ବଇ: ରଣଜୀ ଟ୍ରଫିର ଚଳିତ ସଂସ୍କରଣରେ ବିଜୟୀ ହୋଇଛି ମୁମ୍ବଇ ଦଳ। ଗତସପ୍ତାହରେ ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ବିଦର୍ଭକୁ ପରାସ୍ତ କରିଥିଲା ମୁମ୍ବଇ। ଦ୍ରୁତ ବୋଲର ମୋହିତ ଅବସ୍ଥି ମୁମ୍ବଇ ଦଳ ତରଫରୁ ବହୁତ ଭଲ ପ୍ରଦର୍ଶନ କରିଥିଲେ। ସେ ୮ଟି ମ୍ୟାଚ ଖେଳି ୩୧ଟି ୱିକେଟ ହାସଲ କରିବାରେ ସକ୍ଷମ ହୋଇଥିଲେ। ଜଂଘ ମାଂସପେଶୀରେ ଆଘାତଜନିତ କାରଣରୁ ମୋହିତ ରଣଜୀ ଫାଇନାଲରେ ଖେଳିପାରିନଥିଲେ। ୩୧ବର୍ଷୀୟ ମୋହିତ ମୁମ୍ବଇ ତରଫରୁ ୨୧ଟି ପ୍ରଥମଶ୍ରେଣୀ ମ୍ୟାଚ ଖେଳି ୭୨ଟି ୱିକେଟ ହାସଲ କରିଛନ୍ତି।

ତେବେ ମୋହିତଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ଥାୟୀ ଚାକିରି ମିଳି ପାରିନାହିଁ। ରଣଜୀ ବିଜେତା ମୁମ୍ବଇ ଦଳକୁ ବିସିସିଆଇ ତରଫରୁ ୫ କୋଟି ଟଙ୍କା ପୁରସ୍କାର ମିଳିଥିବା ବେଳେ ମୁମ୍ବଇ କ୍ରିକେଟ ଆସୋସିଏସନ ମଧ୍ୟ ସମାନ ପରିମାଣର ଅର୍ଥ ପ୍ରଦାନ କରିଛି, ଯାହା ଖେଳାଳିଙ୍କ ନିମନ୍ତେ ଭଲ ଖବର ତେବେ ସୁରକ୍ଷିତ ଭବିଷ୍ୟତ ପାଇଁ ସ୍ଥାୟୀ ଚାକିରିଟିଏ ନିହାତି ଆବଶ୍ୟକ ବୋଲି ମୋହିତ ଏକ ଗଣମାଧ୍ୟମକୁ କହିଛନ୍ତି। ଗତ ଦୁଇବର୍ଷ ହେବ ଟାଟା କମ୍ପାନୀ ତରଫରୁ ସେ ଜଣେ ଚୁକ୍ତିଭିତ୍ତିକ ଖେଳାଳି ଭାବେ ବିଭିନ୍ନ ଟୁର୍ଣ୍ଣାମେଣ୍ଟ ଖେଳୁଥିଲେ ମଧ୍ୟ ସ୍ଥାୟୀ ନିଯୁକ୍ତି ପାଇନଥିବାରୁ ମନସ୍ତାପରେ ଥିବା ମୋହିତ କହିଛନ୍ତି। ବିଭିନ୍ନ କମ୍ପାନୀରେ ସ୍ଥାୟୀ ଚାକିରିଟିଏ ପାଇବାକୁ ପ୍ରୟାସ କରିଥି​ଲେ ମଧ୍ୟ ବିଫଳ ହୋଇଥିବା ମୋହିତ ସୂଚନା ଦେଇଛନ୍ତି। ସରକାରୀ ଚାକିରି ପାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ସଫଳତା ମିଳିନଥିବା ମୋହିତ କହିଛନ୍ତି।

- Advertisement -

କିଛିବର୍ଷ ପୂର୍ବେ ଏକ କମ୍ପାନୀରେ ନିଯୁକ୍ତି ପାଇଥିଲେ ତେବେ କୋଭିଡ୍‌ ସମୟରେ ଚାକିରି ହରାଇଥିଲେ ବୋଲି ମୋହିତ କହିବା ସହ ସ୍ଥାୟୀ ରୋଜଗାର ନ ଥିବାରୁ ପରିବାର ଭରଣପୋଷଣରେ ବହୁ କଷ୍ଟ ଅନୁଭବ କରୁଥିବା ସେ କହିଥିଲେ। ବର୍ତ୍ତମାନ ସୁଦ୍ଧା ଆଇପିଏଲ୍‌ରେ ଖେଳିନଥିବା ମୋହିତ କହିଥିଲେ ସେ କିଛିବର୍ଷ ଧରି ଚେନ୍ନଇ ସୁପର କିଙ୍ଗ୍‌ସରେ ନେଟ୍‌ସ ବୋଲର ଥିଲେ। ତେବେ ମୁଖ୍ୟ ଦଳରେ ସାମିଲ ହୋଇ ପାରିନଥିଲେ। ତାଙ୍କୁ ଦଳରେ ସାମିଲ କରିବାକୁ ଅନ୍ୟ କେତେକ ଦଳ ଆଗ୍ରହୀ ଥିଲେ ତେବେ ବର୍ତ୍ତମାନ ସୁଦ୍ଧା ସେ କୌଣସି ଦଳ ତରଫରୁ ଆଇପିଏଲ ଖେଳିବାର ସୁଯୋଗ ପାଇ ନାହାନ୍ତି। ରଣଜୀ ଟ୍ରଫିରେ ମୁମ୍ବଇ ଦଳ ତରଫରୁ ଭଲ ପ୍ରଦର୍ଶନ କରିଥିବାରୁ ଆଗାମୀଦିନରେ ଭାରତ ଏ’ ଦଳରେ ସୁଯୋଗ ପାଇବେ ବୋଲି ମୋହିତ ଆଶାବ୍ୟକ୍ତ କରିଛନ୍ତି। ଆଘାତଜନିତ କାରଣରୁ ରଣଜୀ ଟ୍ରଫି ଫାଇନାଲରେ ଖେଳିପାରିବେ ନାହିଁ ବୋଲି ଜାଣିବା ପରେ ଦୁଃଖରେ କାନ୍ଦି ପକାଇଥିବା ମୋହିତ କହିଥିଲେ। ତେବେ ମୁମ୍ବଇ ରଣଜୀ ଟ୍ରଫି ଜିତିବା ପରେ ବହୁତ ଖୁସି ହୋଇଥିବା ମୋହିତ ସୂଚନା ଦେଇଥିଲେ। ସ୍ଥାୟୀ ଚାକିରିଟିଏ ମିଳିଲେ ଆର୍ଥିକ ସମସ୍ୟା ଦୂର ହୋଇଯିବ ବୋଲି ମୋହିତ କହିଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories