www.samajalive.in
Saturday, December 6, 2025
16.1 C
Bhubaneswar

‘କେବଳ ସମୟ ହିଁ ଏହାର ଉତ୍ତର ଦେବ’: ଶାସ୍ତ୍ରୀ କହିଲେ, କାହିଁକି ଗାଏକୱାଡ଼ଙ୍କୁ ଅଧିନାୟକତ୍ୱ ହସ୍ତାନ୍ତର କଲେ ଧୋନୀ

ନୂଆଦିଲ୍ଲୀ: ଚଳିତ ବର୍ଷ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍ ୨୦୨୪)ର ଦିନକ ପୂର୍ବରୁ ମହେନ୍ଦ୍ର ସିଂହ ଧୋନୀ ଚେନ୍ନଇ ସୁପରକିଙ୍ଗ୍ସ(ସିଏସକେ)ର ଅଧିନାୟକତ୍ୱ ଛାଡି ଋତୁରାଜ ଗାଏକୱାଡ଼ଙ୍କୁ ପଦ ହସ୍ତାନ୍ତର କରିଥିଲେ, ଯାହା ପ୍ରଶଂସକଙ୍କୁ ବଡ଼ ଝଟ୍‌କା ଦେଇଥିଲା। ଏହି ଘୋଷଣା ସହିତ ଧୋନୀଙ୍କ ଚେନ୍ନଇ ଅଧିନାୟକତ୍ୱର ସ୍ୱର୍ଣ୍ଣିମ ଅଧ୍ୟାୟ ସମାପ୍ତ ହୋଇଗଲା। ତାଙ୍କ ଅଧିନାୟକତ୍ୱରେ ଧୋନୀ ସିଏସକେକୁ ପାଞ୍ଚ ଥର ଟାଇଟଲ ଜିତାଇଛନ୍ତି। ତଥାପି, ଏହି ପରିବର୍ତ୍ତନ ସକରାତ୍ମକ ହୋଇଛି। ଚେନ୍ନଇ ଏହାର ଦୁଇଟି ପ୍ରାରମ୍ଭିକ ମ୍ୟାଚ୍ ଜିତିଛି, ଯଦ୍ୱାରା ସମସ୍ତେ ଋତୁରାଜ ଗାଏକୱାଡ଼ଙ୍କ ଅଧିନାୟକତ୍ୱକୁ ପ୍ରଶଂସା କରିଛନ୍ତି। ଏବେ ପୂର୍ବତନ କୋଚ୍ ରବି ଶାସ୍ତ୍ରୀ ଏ ସମସ୍ତ ଘଟଣା ଉପରେ ନିଜର ମତ ରଖିଛନ୍ତି।

ଷ୍ଟାର୍ ସ୍ପୋର୍ଟସ୍‌ରେ କମେଣ୍ଟ୍ରି ସମୟରେ ଶାସ୍ତ୍ରୀ କହିଛନ୍ତି, ଏଥିରୁ ଜଣାପଡ଼ୁଛି ଯେ ଧୋନୀଙ୍କ ଏହି ନିଷ୍ପତ୍ତି ତାଙ୍କ ଫିଟନେସ୍ ଏବଂ ସମଗ୍ର ସିଜନ୍‌ ପାଇଁ ତାଙ୍କ ଶରୀର କ’ଣ ଆବଶ୍ୟକ କରୁଛା ତା’ ଉପରେ ନିର୍ଭର କରୁଛି। ସେ କହିଛନ୍ତି, ଏହା ଧୋନୀଙ୍କ ଶେଷ ସିଜନ୍। ଏହା ସଂପୂର୍ଣ୍ଣ ସ୍ପଷ୍ଟ। ତେବେ ତାଙ୍କ ଶରୀର ସମଗ୍ର ସିଜନ୍‌ରେ କିପରି ତାଳମେଳ ରକ୍ଷା କରୁଛି ବର୍ତ୍ତମାନ ତା’ ଉପରେ ସବୁକିଛି ନିର୍ଭର କରୁଛି। ଧୋନା ପୁରା ସିଜନ୍‌ରେ ଖେଳିବେ କି ନାହିଁ ତାହା କେବଳ ସମୟ କହିବ।

- Advertisement -

ସେହିପରି ଧୋନୀ ଗାଏକୱାଡ଼ଙ୍କୁ ଦେଇଥିବା ସ୍ୱାଧୀନତା ବିଷୟରେ ଶାସ୍ତ୍ରୀ କହିଛନ୍ତି ଯେ, ଯେତେବେଳେ ଆବଶ୍ୟକ ପଡ଼େ ଧୋନୀ ହସ୍ତକ୍ଷେପ କରନ୍ତି, କିନ୍ତୁ ଧୋନୀ ଯାହା କହିଛନ୍ତି ତାହା କରିଛନ୍ତି। ଧୋନୀ କହିଛନ୍ତି ଯେ ମୁଁ ପଛରୁ ଦେଖୁଛି। ଯଦି ସେ କୌଣସି ପ୍ରକାରର ସାହାଯ୍ୟ ଆବଶ୍ୟକ କରନ୍ତି, ମୁଁ ତାଙ୍କ ପାଇଁ ଉପଲବ୍ଧ। ଯେତେବେଳେ ଜାଡେଜା ଅଧିନାୟକ ଥିଲେ, ସେତେବେଳେ ଧୋନୀ ମଧ୍ୟ ସମାନ କାର୍ଯ୍ୟ କରିଥିଲେ। ସେତେବେଳେ ବି ଧୋନୀ ନିଜକୁ ପଛରେ ରଖିଥିଲେ ଏବଂ ବିରତି ସମୟରେ ଅଳ୍ପ ବହୁତ ହସ୍ତକ୍ଷେପ କରିଥିଲେ।

 

Hot this week

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

Related Articles

Popular Categories