www.samajalive.in
Saturday, December 6, 2025
23.1 C
Bhubaneswar

ବିଦ୍ୟା ମଣିଷକୁ ବିନୟ, ପରୋପକାର ଓ ସମାଜ ଗଠନ ଦିଗରେ ମାର୍ଗଦର୍ଶନ କରିଥାଏ

ଗୁରୁଡିଝାଟିଆ: ବିଦ୍ୟା ମଣିଷକୁ ବିନୟ, ପରୋପକାର ଓ ସମାଜ ଗଠନ ଦିଗରେ ମାର୍ଗଦର୍ଶନ କରିଥାଏ। ଆଧ୍ୟାତ୍ମିକ ବିଦ୍ୟା ମଣିଷ ଭିତରେ ଦିବ୍ୟତ୍ୱ ଭାବ ସୃଷ୍ଟି କରିବା ସହ ଶାଶ୍ୱତ ଓ ଚିରନ୍ତନ ମାର୍ଗ ପାଇଁ ରାସ୍ତା ଦେଖାଇଥାଏ ବୋଲି କୁମାରପୁର ଶାସନ ସ୍ଥିତ ଗୋପୀନାଥ ଦେବ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ୧୧ତମ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଶ୍ରୀ ଜଗନ୍ନାଥ ସଂସ୍କୃତିର ପ୍ରଚାରକ ବାବା ସତ୍ୟାନନ୍ଦ ଦାସ ମହାରାଜ ଯୋଗଦେଇ କହିଥିଲେ।

ବିଦ୍ୟାଳୟର ପରିଚାଳନା କମିଟି ସଭାପତି ନିରଜାକାନ୍ତି ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବାର୍ଷିକ ଉତ୍ସବରେ ଶ୍ରୀ ମହାରାଜ କହିଥିଲେ ଉପସ୍ଥିତ ବିଦ୍ୟାର୍ଥୀମାନେ ଆମ ସଂସ୍କୃତି ପରମ୍ପରା ଓ ଆଧ୍ୟାତ୍ମିକତାର ଭାବଧାରାରେ ନିଜକୁ ତଲ୍ଲୀନକରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।

- Advertisement -

ବିଦ୍ୟାଳୟର ପ୍ରତିଷ୍ଠାତା ଡା ରବିନ୍ଦ୍ର କୁମାର ମହାପାତ୍ର , ପରିଚାଳନା କମିଟି ସଂପାଦକ ସମାଜସେବୀ ଶରତ କୁମାର ଖୁଣ୍ଟିଆ ଅତିଥି ଭାବରେ ଯୋଗଦେଇ ବିଦ୍ୟାର୍ଥୀଙ୍କୁ ଭଲ ମଣିଷ ହେବା ଦିଗରେ ପରାମର୍ଶ ଦେଇଥିଲେ। ବିଦ୍ୟାଳୟର କୃତୀ ବିଦ୍ୟାର୍ଥୀମାନଙ୍କୁ ମଞ୍ଚାସୀନ ଅତିଥିବୃନ୍ଦ ସମ୍ବର୍ଦ୍ଧିତ କରି ଉତ୍ସାହିତ କରିଥିଲେ।

ବିଦ୍ୟାଳୟ ଅଧ୍ୟକ୍ଷା ପ୍ରାନ୍ ବିଶ୍ୱାଳ ବାର୍ଷିକ ବିବରଣୀପାଠ କରିଥିବା ବେଳେ ଉପାଧ୍ୟକ୍ଷ ତ୍ରିଲୋଚନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକଶିକ୍ଷୟିତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ଶେଷରେ ବିଦ୍ୟାର୍ଥୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Hot this week

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

Related Articles

Popular Categories