www.samajalive.in
Saturday, December 6, 2025
26.1 C
Bhubaneswar

ରାଜପଥ ପାର୍ଶ୍ବରୁ ବେଧଡକ ଭାବରେ ଚାଲିଛି ଶହଶହ ଟ୍ରକ ମାଟି ଚୋରା ଚାଲାଣ

ଗୁରୁଡିଝାଟିଆ: ଶହଶହ ଟ୍ରକ ବେଆଇନ ମାଟି ଖୋଳାଯାଇ ଚୋରା ଚାଲାଣ ହେଉଛି। ଏହାଦ୍ୱାରା ରାଜସ୍ୱ ବିଭାଗର ରାଜସ୍ୱହାନୀ ମଧ୍ୟ ଘଟୁଛି। ଏହି ଚୋରା ଚାଲାଣକୁ ରୋକିବା ପାଇଁ ଆଠଗଡ ତହସିଲ ପକ୍ଷରୁ ବ୍ୟବସ୍ଥା କରାଯିବା ନିମନ୍ତେ ସାଧାରଣରେ ଦାବି ହୋଇଛି। ଏଭଳି ଚୋରା ଚାଲାଣର ଦୃଶ୍ୟ ସ୍ପଷ୍ଟ ଦିବାଲୋକରେ ଚାଲିଛି। ଅଲ୍ଟ୍ରାଭେଟର ମେସିନ ଜରିଆରେ ଏକାଧିକ ଟ୍ରକ ମାଟି ଚୋରା ଚାଲାଣ କରୁଛନ୍ତି।

ହେଲେ ସ୍ପଷ୍ଟଦିବାଲୋକରେ ଓରନ୍ଦା ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଠାରୁ ୨ କିଲୋମିଟରଦୂରରେ ରାସ୍ତାପାର୍ଶ୍ବରେ ବେଆଇନ ମାଟି ଖନନ ହୋଇ ଚୋରା ଚାଲାଣ ହେଉଥିଲେ ମଧ୍ୟ କିପରି ରାଜସ୍ୱ ନିରୀକ୍ଷକ ଜାଣିପାରୁନାହାନ୍ତି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

- Advertisement -

ଓରନ୍ଦା ଗ୍ରାମପଞ୍ଚାୟତ ଅନ୍ତର୍ଗତ କପୁରସିଂ ଗାଁ ନିକଟରେ। ପୋଖରୀ ଖନନ ନାମରେ ୫୫ନଂ ଜାତୀୟ ରାଜପଥ ପାର୍ଶ୍ବରେ ପ୍ରାୟ ୨୫ଫୁଟ ଗଭୀର ୨୦୦ଫୁଟ ଲମ୍ବ ସ୍ଥାନକୁ ଖନନ କରାଯାଇ ମାଟି ଚୋରା ଚାଲାଣ କରାଯାଉଛି। ଯେହେତୁ ବେଆଇନ ମାଟି ଖନନ ସ୍ଥାନଟି ଜାତୀୟ ରାଜପଥ ପାଶ୍ୱର୍ରେ ଅବସ୍ଥିତ ଅନେକ ଗାଡିଚାଳକ ଭାରସାମ୍ୟ ହରାଇ ଗଭୀର ଖାତରେ ପଡି ହତାହତକୁ ଏଡାଇ ଦିଆଯାଇନପାରେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ସ୍ଥାନୀୟ ରାଜସ୍ୱ ନିରୀକ୍ଷକଙ୍କ ଭୂମିକାକୁ ନେଇ। ଗତ ସପ୍ତାହ ଧରି ପୋଖରୀ ଖୋଳା ନାମରେ ମାଟି ଚୋରା ଚାଲାଣ ହେଉଥିଲେ ମଧ୍ୟ କିଭଳି ତାଙ୍କ ଦୃଷ୍ଟିଗୋଚରକୁ ଆସିନାହିଁ?

କିଛି ମୁଷ୍ଟିମେୟ ବ୍ୟକ୍ତିବିଶେଷ ମାଟି ଚୋରା ଚାଲାଣ ମାଫିଆଙ୍କୁ ହାତ କରି ଏଭଳି ଚୋରା ଚାଲାଣ କରୁଥିବା ଅଭିଯୋଗ ହେଉଛି। ବେଶ ଭଲ ରକମର ଟଙ୍କା କାରବାର ଏହି ମାଟି ଉଠାଣ ପାଇଁ ଦେଣେ ନେଣେ ହେଉଥିବା ଚର୍ଚ୍ଚା ହେଉଛି। ତୁରନ୍ତ ଜାତୀୟ ରାଜପଥ ପାର୍ଶ୍ବରୁ ବେଆଇନ ଭାବେ ମାଟି ଚୋରା ଚାଲାଣକୁ ବନ୍ଦ କରିବା ନିମନ୍ତେ ସାଧାରଣରେ ଦାବି ହୋଇଛି। ଘଟଣା ସଂପର୍କରେ ଆଠଗଡ ତହସିଲଦାର କ୍ଷେତ୍ରମୋହନ ସ୍ୱାଇଁଙ୍କୁ ପଚାରିବାରୁ ସେ କହିଥିଲେ ଯେ ବେଆଇନ ଭାବେ ସରକାରୀସ୍ଥାନରୁ ମାଟି ଚାଲାଣ ସଂପର୍କରେ କୌଣସି ସୂଚନା ନାହିଁ । ତୁରନ୍ତ ଏଥିପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଥିଲେ।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories