www.samajalive.in
Saturday, December 6, 2025
26.1 C
Bhubaneswar

୯ରୁ ସପ୍ତାହବ୍ୟାପୀ ମା’ତାରିଣୀଙ୍କ ୮୮ତମ ପ୍ରସିଦ୍ଧ ଚଇତିପର୍ବ, ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିବ ଘଟଗାଁ

କେନ୍ଦୁଝରଗଡ: ଅପ୍ରେଲ ୯ ରୁ ୧୫ ତାରିଖ ଦୀର୍ଘ ୭ଦିନବ୍ୟାପୀ ଘଟଗାଁସ୍ଥିତ ମା’ ତାରିଣୀଙ୍କ ୮୮ତମ ପ୍ରସିଦ୍ଧ ଚଇତି ପର୍ବ ପାଳନ ନିମନ୍ତେ ମା’ତାରିଣୀ ଠାକୁରାଣୀ ମନ୍ଦିର ଟ୍ରଷ୍ଟ ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଚଇତିପର୍ବ ଅବସରରେ ମା’ଙ୍କ ପୀଠରେ ପ୍ରତିଦିନ ମା’ଙ୍କ ମାଜଣା, ମଙ୍ଗଳ ଆଳତୀ, ସୁନାବେଶ, ହୋମଯଜ୍ଞ, ଭାଗବତ ପାରାୟଣ, ଚଣ୍ଡିପାଠ ଓ ସତ୍ୟ ନାରାୟଣ ପୂଜା ଆଦି ଅନୁଷ୍ଠିତ ହେବ।

ଏହି ଉପଲକ୍ଷେ ଟ୍ରଷ୍ଟ ପକ୍ଷରୁ ୭ଦିନବ୍ୟାପୀ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଅପ୍ରେଲ ୯ରୁ ୧୫ ତାରିଖ ପ୍ରତ୍ୟ ରାତିରେ କେନ୍ଦୁଝର ଜିଲା କବିତ୍ରା ଗ୍ରାମର ଗାୟକ ସୁଧାମଣି ତୁଳସୀ ଚରଣ ମହାନ୍ତ ଓ ଖୋର୍ଦ୍ଧା ଜିଲା ପଦ୍ମପୁର ଗ୍ରାମର ଗାୟକ ଜ୍ଞାନଭୂଷଣ ଡ. ଶିଶିର କୁମାର ପାଢ଼ୀଙ୍କ ମଧ୍ୟରେ ବାଦିପାଲା ଅନୁଷ୍ଠିତ ହେବ।

- Advertisement -

ସେହିଭଳି ଅପ୍ରେଲ ୯ ତାରିଖ ଆନ୍ତର୍ଜାତୀୟ ଚାରଣ ଗୋଷ୍ଠୀ ପୁରୀର ଚାରଣ ପ୍ରବଚକ ଡ. ବିପୀନ ବିହାରୀ ମହାପାତ୍ର ଓ ତପନ କୁମାର ନାଏକ, ୧୦ ଓ ୧୧ ତାରିଖ ଜଗତସିଂହପୁର ପିହୁଡା ଗ୍ରାମର ବାବା ସତ୍ୟାନନ୍ଦ ଦାସ, ୧୨ ଓ ୧୩ ତାରିଖ କଟକର ଶ୍ରୀନୀବାସ ଆଚାର୍ଯ୍ୟ ଏବଂ ୧୪ ଓ ୧୫ ତାରିଖ ଢ଼େଙ୍କାନାଳ ଦୁଦୁରକୋଟ ଗ୍ରାମର ବିପୀନ ବିହାରୀ ସାମଲ ଧର୍ମ ପ୍ରବଚନ କାର୍ଯ୍ୟକ୍ରମ ରହିଛି।

ଏତଦ୍‌‌ବ୍ୟତୀତ ସପ୍ତାହବ୍ୟାପୀ ପ୍ରତିଦିନ ଦିନବେଳା ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଆଧ୍ୟାତ୍ମିକ ନୃତ୍ୟ, ଲୋକ ନୃତ୍ୟ, ଛଉ ନୃତ୍ୟ, ପାଇକ ଆଖଡା, ଯୋଡିଶଙ୍ଖ/ରଣପାନୃତ୍ୟ, କଣ୍ଢେଇ ନାଚ, ମାଲଖମ୍ବ, ଘୋଡା ନାଚ, ସମ୍ବଲପୁରୀ ନୃତ୍ୟ ଓ ଭଜନ ସମାରୋହ ଏବଂ ପବିତ୍ର ପଣା ସଂକ୍ରାନ୍ତି ଦିନ ଓଡିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ମାନଙ୍କ ଦ୍ୱାରା ସୁର୍ଯ୍ୟୋଦୟ ଠାରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଅଖଣ୍ଡ ଭଜନ ସମାରୋହ ଅନୁଷ୍ଠିତ ହେବ ବୋଲି ଟ୍ରଷ୍ଟ ପକ୍ଷରୁ କୁହାଯାଇଛି। ମା’ତାରିଣୀ ଠାକୁରାଣୀଙ୍କ ଏହି ପ୍ରସିଦ୍ଧ ଚଇତି ପର୍ବରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ସାମିଲ ହୋଇ ମା’ଙ୍କ ସାନିଧ୍ୟ ଲାଭ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିବା ସୁଯୋଗ ନେବାକୁ ଟ୍ରଷ୍ଟ ପକ୍ଷରୁ ନିବେଦନ କରାଯାଇଛି।

Hot this week

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

Related Articles

Popular Categories