ତ୍ରିପୁରା ପୁଲିସରେ ମହିଳାଙ୍କୁ ୧୦% ସଂରକ୍ଷଣ

0

ଅଗରତାଲା : ତ୍ରିପୁରା ପୁଲିସ୍‍ରେ ମହିଳାଙ୍କ ପାଇଁ ୧୦% ସଂରକ୍ଷଣ ବିଲ୍‍କୁ ବିପ୍ପଳ କୁମାର ଦେବଙ୍କ କ୍ୟାବିନେଟ ଅନୁମୋଦନ ପ୍ରଦାନ କରିଛି। ମହିଳାମାନଙ୍କ ପ୍ରତି ବଢିଚାଲିଥିବା ଅପରାଧ ରୋକିବାରେ ଏହା ସହାୟକ ହେବ ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି। ତ୍ରିପୁରା ପୁଲିସ ବିଭାଗରେ ବର୍ତ୍ତମାନ ୪%ରୁ କମ ମହିଳା ଅଛନ୍ତି। ରାଜ୍ୟ ସରକାରଙ୍କ ଏହି ଘୋଷଣାକୁ ତ୍ରିପୁରା ପୁଲିସ ମହାନିର୍ଦ୍ଦେଶକ ଅଖିଳ କୁମାର ଶୁକ୍ଲା ସ୍ୱାଗତ କରିଛନ୍ତି। ତ୍ରିପୁରା ସରକାର ଏହି ପଦକ୍ଷେପ ନେଇ ମହିଳା ସଶକ୍ତିକରଣ ପ୍ରତି ସମ୍ମାନ ଜଣାଇଛି ବୋଲି ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବ ପ୍ରକାଶ କରିଛନ୍ତି।

Leave A Reply