ଭୁବନେଶ୍ୱର : ନିକଟରେ ଅନୁଷ୍ଠିତ ବିଜେପୁର ଉପନିର୍ବାଚନରେ ବିଜୟ ଲାଭ କରିଥିବା ବିଜୁ ଜନତା ଦଳ ପ୍ରାର୍ଥୀ ରୀତା ସାହୁ ବୁଧବାର ବିଧାୟିକା ଭାବେ ବିଧାନସଭାରେ ଶପଥ ଗ୍ରହଣ କରିଛନ୍ତି। ବାଚସ୍ପତି ସୂର୍ୟ୍ୟ ନାରାୟଣ ପାତ୍ର ରୀତାଙ୍କୁ ଶପଥ ପାଠ କରାଇଛନ୍ତି।
ସୂଚନାଯୋଗ୍ୟ, ରୀତା ସାହୁ ବିଜେପୁର ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ସନତ ଗଡତିଆଙ୍କୁ ପ୍ରାୟ ୯୮ ହଜାର ଭୋଟରେ ପରାସ୍ତ କରି ବିଜୟୀ ହୋଇଥିଲେ। ବିଧାନସଭା ନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳିକାଟୁ ଆସନ ସମେତ ଏହି ଆସନରୁ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ। ନବୀନ ବିଜେପୁର ଆସନ ଛାଡ଼ିବା ପରେ ଏଠାରେ ଉପନିର୍ବାଚନ ହୋଇଥିଲା।



