କାନପୁର: ଅର୍ମାପୁର ଥାନା ଅନ୍ତର୍ଗତ ବନ୍ଧୁକ କାରଖାନା ରାସ୍ତାରେ ମଙ୍ଗଳବାର ସକାଳେ ଏକ ମାଛ ବୋଝେଇ ଟ୍ରକ୍ ଓଲଟି ପଡିଲା ପରେ ସେହି ସ୍ଥାନଟି ଯେପରି ଏକ ମାଛ ପୋଖରୀରେ ଭ୍ରମ ସୃଷ୍ଟି ହୋଇଥିଲା। ସେହି ରାସ୍ତା ଦେଇ ଯାଉଥିବା ଲୋକମାନେ ନିଜର ଗନ୍ତବ୍ୟସ୍ଥଳକୁ ଯିବା ପରିବର୍ତ୍ତେ ମାଛ ଧରିବାରେ ଲାଗି ପଡିଥିଲେ। ଚାହୁଁ ଚାହୁଁ ଅଳ୍ପ ସମୟ ମଧ୍ୟରେ ବହୁତ ଗୁଡିଏ ଲୋକ ସେଠାରେ ରୁଣ୍ଡ ହୋଇ ଯାଇଥିଲେ। ଆଉ ଯିଏ ଯେତେ ପାରିଲା ପଲିଥିନ ଓ ବ୍ୟାଗରେ ମାଛ ଭର୍ତ୍ତି କରି ନେବାକୁ ଲାଗିଲା। ଏହାକୁ ନେଇ ରାସ୍ତାରେ ଭିଡ ଜମିଥିଲା। ସୂଚନା ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଥିଲା ସତ ହେଲେ କିଛି ପୁଲିସ ଅଧିକାରୀ ମାଛ ଲୋଭରୁ ବର୍ତ୍ତି ପାରିନଥିଲେ। ସେମାନେ ମଧ୍ୟ ମାଛ ଧରିବା ଆରମ୍ଭ କରି ଦେଇଥିଲେ। ଏହି ଦୁର୍ଘଟଣା ସକାଳ ୭ଟାରେ ହୋଇଥିବା ବେଳେ ପ୍ରାୟ ୪ ଘଣ୍ଟା ଧରି ରାସ୍ତାରେ ମାଛ ଖେଳୁଥିଲେ ଏବଂ ପୁଲିସଠାରୁ ଆରମ୍ଭ କରି ସାଧାରଣ ଜନତା ମାଛ ଧରିବାରେ ବ୍ୟସ୍ତ ଥିଲେ।
ରାସ୍ତାରେ ଓଲଟିଲା ମାଛ ବୋଝେଇ ଟ୍ରକ୍; ପୁଲିସଠୁ ଜନତା ଗୋଟାଇଲେ ମାଛ, ଦେଖନ୍ତୁ ଭିଡିଓ
Popular Categories



