www.samajalive.in
Wednesday, December 10, 2025
16.1 C
Bhubaneswar

ଲତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସାମାନ୍ୟ ଉନ୍ନତି

ମୁମ୍ବଇ : ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକର ସ୍ୱାସ୍ଥ୍ୟାବସ୍ଥାରେ ସାମାନ୍ୟ ଉନ୍ନତି ହୋଇଥିବା ସୂଚନା ମିଳିଛି। ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ ହେବା ଯୋଗୁଁ ସୋମବାର ତାଙ୍କୁ ମୁମ୍ବଇ ସ୍ଥିତ ବ୍ରେଞ୍ଚ୍‍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡା. ପ୍ରତିତ ସମଦାନୀ ତାଙ୍କ ଚିକିତ୍ସା କରୁଛନ୍ତି।
ଡା. ପ୍ରତିତଙ୍କ କହିବାନୁସାରେ, “ତାଙ୍କର ନିମୋନିଆ ସହ ହୃଦୟ ସମ୍ବନ୍ଧୀତ ଗମ୍ଭୀର ସମସ୍ୟା ରହିଛି। ତାଙ୍କ ଅବସ୍ଥା ଏବେ ସୁଦ୍ଧା ଗୁରୁତର ରହିଛି। ମାତ୍ର ଗତ କିଛି ଘଣ୍ଟା ମଧ୍ୟରେ ସ୍ୱାସ୍ଥ୍ୟାବସ୍ଥାରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହୋଇଛି”। ଏହାସହିତ ସେ ଦୃଢତାର ସହ ରୋଗ ସହ ଲଢେଇ କରୁଛନ୍ତି। ତେଣୁ ଖୁବଶୀଘ୍ର ଆରୋଗ୍ୟ ହୋଇଯିବେ ବୋଲି ମଧ୍ୟ ଡାକ୍ତର କହିଛନ୍ତି।
ଗାୟିକାଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଖବର ବୁଝିବା ପାଇଁ ଭଉଣୀ ଆଶା ଭୋସଲେ ମଧ୍ୟ ଡାକ୍ତରଖାନାରେ ପହଞ୍ଚିଥିଲେ। ଏହାସହିତ ଅନେକ ସେଲିବ୍ରିଟି ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories