www.samajalive.in
Sunday, December 7, 2025
26.1 C
Bhubaneswar

ରାମଲଲାଙ୍କ ମୁଖ୍ୟ ପୂଜାରୀଙ୍କ ସୁରକ୍ଷା ବଢାଗଲା: ଘର ବାହାରେ ଡଜନରୁ ଅଧିକ ପୁଲିସ ମୁତୟନ

ଲକ୍ଷ୍ନୌ : ଅଯୋଧ୍ୟା ବିବାଦର ରାୟ ଶୁଣାଣି ପରେ ଦେଶରେ ସୁରକ୍ଷା ବ୍ୟବସ୍ଥା ଉପରେ ବିଶେଷ ଧ୍ୟାନ ଦିଆଯାଇଛି। ଖାସ୍‍ କରି ଉତ୍ତର ପ୍ରଦେଶରେ ଅନେକ ସଂଖ୍ୟକ ପୁଲିସ ମୁତୟନ ହେବା ସହ ସଦାସର୍ବଦା ସଜାଗ ରହିଛନ୍ତି। ରାୟ ଆସିବାର ଗୋଟିଏ ଦିନ ପରେ ଅର୍ଥାତ୍‍ ରବିବାର ରାମଲଲାଙ୍କ ମୁଖ୍ୟ ପୂଜାରୀ ସତ୍ୟେନ୍ଦ୍ର ଦାସଙ୍କ ସୁରକ୍ଷା ବଢାଇ ଦିଆଯାଇଛି। ମହନ୍ତ ସତ୍ୟେନ୍ଦ୍ର ଦାସଙ୍କ ଘର ବାହାରେ ଡଜନରୁ ଅଧିକ ପୁଲିସ ମୁତୟନ କରାଯାଇଛି। କେବଳ ତାଙ୍କର ନୁହେଁ ବରଂ ଅଯୋଧ୍ୟାର ଅନ୍ୟ ପ୍ରମୁଖ ସନ୍ଥମାନଙ୍କର ସୁରକ୍ଷା ମଧ୍ୟ ବଢାଇ ଦିଆଯାଇଛି।
ସୂଚନାଯୋଗ୍ୟ, ଶନିବାର ସୁପ୍ରିମକୋର୍ଟ ବହୁ ପ୍ରତୀକ୍ଷିତ ଅଯୋଧ୍ୟା ମାମଲାର ରାୟ ଶୁଣାଇଛନ୍ତି। ବିବାଦୀୟ ସ୍ଥଳକୁ ହିନ୍ଦୁମାନଙ୍କୁ ପ୍ରଦାନ କରିବା ସହ ମୁସଲମାନଙ୍କୁ ଅଯୋଧ୍ୟା ସହରର ଏକ ପ୍ରମୁଖ ସ୍ଥାନରେ ୫ ଏକର ଜମି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାୟ ଶୁଣାଣି ପୂର୍ବରୁ ମଧ୍ୟ ଅଯୋଧ୍ୟା ସମେତ ଉତ୍ତର ପ୍ରଦେଶର ଅନେକ ସହରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା। ଏହାବ୍ୟତୀତ ଦେଶର ଅନେକ ସ୍ଥାନରେ ସୁରକ୍ଷାକୁ ଆଖି ଆଗରେ ରଖି ଇଣ୍ଟରନେଟ୍ ସୁବିଧା ବନ୍ଦ କରି ଦିଆଯାଇଥିଲା। ସାମାଜିକ ଗଣମାଧ୍ୟମ ଉପରେ ମଧ୍ୟ କଡ଼ା ନଜର ରଖା ଯାଇଥିଲା, ଯେପରିକି କେହି ଆପତ୍ତିଜନକ ପୋଷ୍ଟ କରିପାରିବେ ନାହିଁ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories