ପେଟ୍ରୋଲ ,ଡିଜେଲ ଉପରୁ କମିବନି ଉତ୍ପାଦ ଶୁଳ୍କ

0

ନୂଆଦିଲ୍ଲୀ : ପେଟ୍ରୋଲ ଏବଂ ଡିଜେଲ ଉପରୁ ତୁରନ୍ତ ଉତ୍ପାଦ ଶୁଳ୍କ ହ୍ରାସ ଘଟିବାର ସମ୍ଭାବନା ନ ଥିବା ଆଜି କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି। ଯାହା ଫଳରେ ବିଶ୍ୱ ବଜାରରେ ବଢିଚାଲିଥିବା ଅଶୋଧିତ ତୈଳ ଦର ସହ ତାଳ ଦେଇ ଘରୋଇ ବଜାରରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ବୃଦ୍ଧି ଜାରି ରହିବ। ସମ୍ପ୍ରତି ଦେଶର ତୈଳ ଆମଦାନୀ ବିଲ୍‍ ୨୫ରୁ ୫୦ ବିଲିୟନ୍‍୍‍ ଡଲାରରେ ପହଞ୍ôଚଛି। ଯଦି ବଜାରରେ ଅଶୋଧିତ ତୈଳ ଦର ବଢେ ତେବେ ନିଶ୍ଚିତ ଭାବେ ତୈଳ ଆମଦାନୀ ବିଲ୍‍ରେ ବୃଦ୍ଧି ଘଟିବ। ତେବେ ତୈଳ ଦର ବୃଦ୍ଧିର ପ୍ରଭାବ ଚଳନ୍ତି ଖାତା ନିଅଣ୍ଟ (ସିଏଡି) ଉପରେ ପଡିପାରେ ବୋଲି ଆର୍ଥିକ ବ୍ୟାପାର ସଚିବ ସୁବାସ ଚନ୍ଦ୍ରା କହିଛନ୍ତି। କର୍ଣ୍ଣାଟକ ରାଜ୍ୟ ନିର୍ବାଚନକୁ ଦୃଷ୍ଟିରେ ରଖି ତୈଳ ବିପଣନକାରୀ କମ୍ପାନୀଗୁଡିକ ଦୈନିକ ପେଟ୍ରୋଲ ଏବଂ ଡିଜେଲ ସଂଶୋଧନ ବନ୍ଦ କରିଦେଇଥିôଲେ ଏହାର ପ୍ରଭାବରେ ତୈଳ କମ୍ପାନୀଗୁଡିକ ପ୍ରଚୁର ରାଜସ୍ୱ କ୍ଷତି ସହିବାକୁ ପଡିଛି। ଏହି କ୍ଷତି ଭରଣା କରିବା ଲାଗି କମ୍ପାନୀଗୁଡିକ ବର୍ତ୍ତମାନ ଦର ବୃଦ୍ଧିି ଘଟାଇବାକୁ ବାଧ୍ୟ ହେଉଛନ୍ତି।

Leave A Reply