www.samajalive.in
Sunday, December 7, 2025
26.1 C
Bhubaneswar

ଘରେ ମୂଷା ଉପଦ୍ରବ ପାଇଁ ଚିନ୍ତିତ କି? ଆପଣାନ୍ତୁ ଏହି ଘରୋଇ ଉପାୟ

ସାଧାରଣତଃ ଘରେ ମୂଷା ରହିଲେ ସମସ୍ତ ଜିନିଷପତ୍ର ନଷ୍ଟ ହେବା ସୁନିଶ୍ଚିତ। ତେଣୁ ଘରେ ମୂଷା ଦେଖିବା ମାତ୍ରେ ହିଁ ଆମ ଚିନ୍ତା ବଢିଯାଏ। ବେଳେବେଳେ ତାଙ୍କୁ ଘରୁ ବାହାର କରିବା ପାଇଁ ଯେତେ ବାଟ ଆପଣାଇଲେ ମଧ୍ୟ କୌଣସି ଫଳ ମିଳି ନ ଥାଏ। ହେଲେ ଏପରି କିଛି ଘରୋଇ ଉପାୟ ଅଛି, ଯାହାକୁ ଆପଣାଇଲେ ଘର ଆଖପାଖରେ ମଧ୍ୟ ମୂଷା ନଜର ଆସିବେନି। ଆସନ୍ତୁ ଜାଣିବା ମୂଷା ପ୍ରାଦୁର୍ଭାବରୁ ରକ୍ଷା ପାଇବାର ଘରୋଇ ଉପାୟ ବିଷୟରେ –

୧. ମୂଷାକୁ ଘରୁ ବାହାର କରିବା ପାଇଁ ପିଆଜ ବ୍ୟବହାର କରନ୍ତୁ। ମୂଷାମାନଙ୍କୁ ପିଆଜର ଗନ୍ଧ ପସନ୍ଦ ହୋଇ ନଥାଏ। ଘରର ଯେଉଁଠି ମୂଷା ଥିବା ଦେଖୁଛନ୍ତି ସେଠାରେ ପିଆଜର ଏକ ଖଣ୍ଡ ରଖିଦିଅନ୍ତୁ। କିଛି ଦିନ ପରେ ପ୍ରଭାବ ଜାଣି ପାରିବେ।
୨. ଘରର ଯେଉଁଠି ମୂଷା ଦେଖୁଛନ୍ତି ସେଠାରେ ଗୋବର ରଖନ୍ତୁ। ଗୋବରକୁ ଖାଇବା ପରେ ମୂଷା ପେଟରେ ସଂକ୍ରମଣ ହେବା ସହ ସେ ମରି ଯାଇଥାଏ।
୩. ତେଜପତ୍ରର ସୁଗନ୍ଧ ମୂଷାମାନଙ୍କୁ ମିଠା ଲାଗୁଥିବା ବେଳେ ସେମାନେ ତେଜପତ୍ରକୁ ଖାଇ ଦେଇଥାଆନ୍ତି। ଏହାକୁ ଖାଇବାର କିଛି ସମୟ ପରେ ସେ ମୃତ୍ୟୁବରଣ କରିଥାନ୍ତି । ଘରୁ ମୂଷାକୁ ବାହାର କରିବା ପାଇଁ ତେଜପତ୍ରର ବ୍ୟବହାର ମଧ୍ୟ କରିପାରିବେ ।
୪. ଗୋଲ ମରିଚ ଗୁଣ୍ଡକୁ ପାଣିରେ ମିଶାଇ ମୂଷା ରହୁଥିବା ସ୍ଥାନରେ ସ୍ପ୍ରେ କରନ୍ତୁ। ଏହାଦ୍ବାରା ମୂଷା ଘର ଛାଡ଼ି ଚାଲିଯିବେ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories