ପୂର୍ବତନ କୂଟନୀତିଜ୍ଞ ମାଧୁରୀଙ୍କୁ ୩ ବର୍ଷ ଜେଲ

0

ନୂଆଦିଲ୍ଲୀ : ପାକିସ୍ତାନକୁ ଗୁପ୍ତ ତଥ୍ୟ ଯୋଗାଉଥିବା ଅଭିଯୋଗରେ ଦୋଷୀସାବ୍ୟସ୍ତ ହୋଇଥିବା ପୂର୍ବତନ କୂଟନୀତିଜ୍ଞ ମାଧୁରୀ ଗୁପ୍ତାଙ୍କୁ ଦିଲ୍ଲୀର ଏକ ଅଦାଲତ ଶନିବାର ୩ ବର୍ଷ ଜେଲ ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଗୁଇନ୍ଦାଗିରି ଜରିଆରେ ଦେଶର ନିରାପତ୍ତା ପ୍ରତି ବିପଦ ସୃଷ୍ଟି କରିଥିବାରୁ ମାଧୁରୀଙ୍କୁ ଏଭଳି ଦଣ୍ଡାଦେଶ ପ୍ରଦାନ କରାଯାଇଛି ବୋଲି ଅତିରିକ୍ତ ଫୌଜଦାରୀ ବିଚାରପତି ସିଦ୍ଧାର୍ଥ ଶର୍ମା ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି। ତେବେ ଦଣ୍ଡାଦେଶ ପରେ ମାଧୁରୀଙ୍କୁ ଅଦାଲତ ଜାମିନ ପ୍ରଦାନ କରିଛନ୍ତି ଏବଂ ଦଣ୍ଡାଦେଶ ବିରୋଧରେ ସେ ଉପରିସ୍ଥ ଅଦାଲତରେ ଆବେଦନ କରିପାରିବେ ବୋଲି କୁହାଯାଇଛି। ଭାରତୀୟ ବିଦେଶ ସେବା ଅଧିକାରୀ ୬୧ ବର୍ଷୀୟା ମାଧୁରୀ ଇସଲାମାବାଦସ୍ଥିତ ଭାରତୀୟ ଦୂତାବାସରେ ଦ୍ୱିତୀୟ ସଚିବ ଭାବେ କାର୍ଯ୍ୟ କରୁଥିବାବେଳେ ୨୦୦୯ ଅକ୍ଟୋବରରୁ ୨୦୧୦ ଏପ୍ରିଲ ମଧ୍ୟରେ ନିଜର ଇ-ମେଲ ଜରିଆରେ ପାକ୍‌ ଗୁଇନ୍ଦା ସଂସ୍ଥା ଆଇଏସଆଇକୁ ଗୋପନ ତଥ୍ୟ ଚାଲାଣ କରୁଥିବା ଅଭିଯୋଗ ହୋଇଥିଲା। ଦିଲ୍ଲୀ ପୁଲିସ ୨୦୧୦ ଏପ୍ରିଲ ୨୨ରେ ମାଧୁରୀଙ୍କୁ ଗିରଫ କରିଥିଲା।

Leave A Reply