www.samajalive.in
Wednesday, December 10, 2025
15.1 C
Bhubaneswar

ମହଙ୍ଗା ପଡ଼ିଲା ହନୁମାନ ବେଶରେ ଭିକ ମଗା : ମୁସଲମାନ ଯୁବକକୁ ଗିରଫ କଲା ପୁଲିସ

ବରେଲୀ : ଉତ୍ତରପ୍ରଦେଶର ବରେଲୀରେ ଜଣେ ମୁସଲମାନ ଯୁବକ ହନୁମାନଙ୍କ ବେଶରେ ଭିକ ମାଗୁଥିବା ବେଳେ ପୁଲିସ ହାତରେ ଧରାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ମୁରାଦାବାଦ ନିବାସୀ ନସୀମ ହନୁମାନ ବେଶ ଧରି ସୁଭାଷନଗରର ଅନୁପମନଗରରେ ଭିକ ମାଗୁଥିଲା। ମନରେ ସନ୍ଦେହ ସୃଷ୍ଟି ହେବାରୁ ସ୍ଥାନୀୟ ଲୋକେ ତାକୁ ପଚରାଉଚରା କରିଥିଲେ ଓ ସେ ତା’ର ନାଁ ନସୀମ ବୋଲି କହିଥିଲା। ଏହାପରେ ସେମାନେ ନସୀମକୁ ସୁଭାଷନଗର ପୁଲିସକୁ ହସ୍ତାନ୍ତର କରିଥିଲେ। ପୁଲିସ ନସୀମ ନାଁରେ ରୂପ ବଦଳାଇ ଠକାମୀ କରିବା ମାମଲା ରୁଜୁ କରିଛି।

- Advertisement -

ସୂଚନାଯୋଗ୍ୟ, ସର୍ବପ୍ରଥମେ ବଜରଙ୍ଗ ଦଳର କର୍ମକର୍ତ୍ତାମାନେ ହନୁମାନଙ୍କ ଅପମାନ କରୁଥିବା କହି ନସୀମକୁ ଧରିଥିଲେ। ତେବେ ପଚରାଉଚରା ପରେ ନସୀମ କହିଛି, ପୂର୍ବରୁ ସେ ଲୈଲା-ମଜନୁ ବେଶରେ ଭିକ ମାଗୁଥିଲା ଓ ପ୍ରଥମ ଥର ପାଇଁ ହନୁମାନ ବେଶ ଧାରଣ କରିଥିଲା। ଏହାସହ ସେ କହିଛି, ସେ ଗତ ତିନି ମାସ ହେବ ଡେଲାପୀରର ଝୁମ୍ପୁଡ଼ିରେ ନିଜ ପତ୍ନୀ ମୁସ୍କାନ ସହ ରହୁଛି। ପୁଲିସକୁ ଅଭିଯୁକ୍ତ ପାଖରୁ ଆଧାର କାର୍ଡ଼ ମଧ୍ୟ ମିଳିଛି। ତା’ର ଆଉ ଜଣେ ସାଥୀ ମଧ୍ୟ ଥିଲା ଓ ଏବେ ସେ ଫେରାର୍‍ ଥିବା ନସୀମ କହିଛି। ଏବେ ନସୀମକୁ ଜେଲ୍‍ ପଠାଇ ଦିଆଯାଇଥିବା ସୂଚନା ମିଳିଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories