www.samajalive.in
Monday, December 15, 2025
24.1 C
Bhubaneswar

ସାମ୍ନାକୁ ଆସିଲା ଅପରେଶନ ‘ବାଗଦାଦୀ’ର ଭିଡିଓ, ଫଟୋ

ୱାଶିଂଟନ: କୁଖ୍ୟାତ ଆତଙ୍କବାଦୀ ଅବୁ ବକର ଅଲ୍‌-ବାଗଦାଦୀକୁ ମାରିବା ପାଇଁ ଆମେରିକା ସେନା କରିଥିବା ଅପରେଶନ ‘ବାଗଦାଦୀ’ର ଦୃଶ୍ୟ ସାମ୍ନାକୁ ଆସିଛି। ଆମେରିକା ପ୍ରତିରକ୍ଷା ବିଭାଗ ପକ୍ଷରୁ ଅପରେଶନ ସମୟର ଏକ ଭିଡିଓ ଏବଂ କିଛି ଫଟୋକୁ ପ୍ରକାଶ କରାଯାଇଛି।

- Advertisement -

କଳା ଧଳାର ଏହି ଭିଡିଓ ଫୁଟେଜରେ ଆମେରିକା ସେନାର ଯବାନମାନେ ସିରିୟାରେ ଇଦଲିବ ପ୍ରଦେଶରେ ବାଗଦାଦୀ ରହୁଥିବା ଅଞ୍ଚଳରେ ପ୍ରବେଶ କରୁଥିବା ଦେଖିବାକୁ ମିଳୁଛି। ସେହିପରି ତଳେ ରହି ଆମେରିକା ସେନାର ହେଲିକପ୍ଟରକୁ ଗୁଳି କରୁଥିବା ଅଜଣା ବନ୍ଧୁକଧାରୀଙ୍କ ଉପରେ ଏୟାରଷ୍ଟ୍ରାଇକ କରାଯାଉଥିବା ଦେଖାଯାଇଛି। ଏକ ଡ୍ରୋନ ଜରିଆରେ ଏହି ଭିଡିଓ ଉତ୍ତୋଳନ କରାଯାଇଛି। ଉକ୍ତ ସ୍ଥାନରେ ଚଢ଼ାଉ ପରେ ସମ୍ପୃକ୍ତ ଅଞ୍ଚଳ ସମ୍ପୂର୍ଣ୍ଣ ଛାରଖାର ହୋଇଯାଇଛି ବୋଲି ଆମେରିକା ସେଣ୍ଟ୍ରାଲ କମାଣ୍ଡର ଜେନେରାଲ କେନେଥ ମ୍ୟାକ୍‌କେଞ୍ଜି କହିଛନ୍ତି। ସେ ଆହୁରି କିଛି ନୂଆ ତଥ୍ୟ ମଧ୍ୟ ପ୍ରକାଶ କରିଛନ୍ତି। କେନେଥ କହିଛନ୍ତି, ବାଗଦାଦୀ ସାଥୀରେ ଥିବା ୩ ଜଣ ଶିଶୁ ନିହତ ହୋଇଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ। କିନ୍ତୁ ୩ ଜଣ ନୁହେଁ, ବାଗଦାଦୀ ଯେତେବେଳେ ସୁଡ଼ଙ୍ଗ ଭିତରେ ନିଜକୁ ବିସ୍ଫୋରଣରେ ଉଡ଼ାଇ ଦେଇଥିଲା ସେତେବେଳେ ତା’ ସାଥୀରେ ଥିବା ୨ ଶିଶୁ ନିହତ ହୋଇଥିଲେ। ପିଲାମାନଙ୍କ ବୟସ ୧୨ ବର୍ଷ ମଧ୍ୟରେ ଥିଲା ବୋଲି କେନେଥ କହିଛନ୍ତି।

Hot this week

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

Related Articles

Popular Categories