www.samajalive.in
Saturday, December 6, 2025
15.1 C
Bhubaneswar

ପାକିସ୍ତାନ: ଚଳନ୍ତା ଟ୍ରେନରେ ଭୟଙ୍କର ଅଗ୍ନିକାଣ୍ଡ; ୪୬ ମୃତ, ୩୦ ଆହତ

ଇସଲାମାବାଦ: ପାକିସ୍ତାନରେ ଗୁରୁବାର ଏକ ଚଳନ୍ତା ଟ୍ରେନରେ ବିସ୍ଫୋରଣ ପରେ ଅଗ୍ନିକାଣ୍ଡ ଘଟିବାରୁ ୪୬ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଅଗ୍ନିକାଣ୍ଡରେ ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ପଞ୍ଜାବ ପ୍ରଦେଶର ରହିମ ୟାର ଖାନ ଅଞ୍ଚଳ ଦେଇ ଯାଉଥିବା କରାଚୀ-ରାଓଲପିଣ୍ଡି ତେଜଗାମ ଏକ୍ସପ୍ରେସରେ ଏହି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି।

ଟ୍ରେନରେ ଖାଦ୍ୟ ରନ୍ଧନ ପାଇଁ ବ୍ୟବହୃତ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଘଟିବାରୁ ୩ଟି ବଗିରେ ନିଆଁ ଲାଗି ଯାଇଥିଲା। ଭୟରେ ଜୀବନ ବିକଳରେ ଯାତ୍ରୀମାନେ ଚଳନ୍ତା ଟ୍ରେନରୁ ବାହାରକୁ ଡେଇଁ ପଡ଼ିଥିଲେ। ଅଗ୍ନିକାଣ୍ଡରେ ଯେତିକି ଯାତ୍ରୀଙ୍କ ମୃତ୍ୟୁ ଘଟିଛି ତା’ଠୁ ଅଧିକ ଯାତ୍ରୀ ବାହାରକୁ ଡେଇଁ ପଡ଼ିବାରୁ ପ୍ରାଣ ହରାଇଛନ୍ତି। ଖବରପାଇ ଉଦ୍ଧାରକାରୀ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ଵରାନ୍ବିତ କରିଥିଲା। ଆହତମାନଙ୍କୁ ମୁଲତାନସ୍ଥିତି ବିବିଏଚ ବାହାବଲପୁର ଏବଂ ପାକିସ୍ତାନ-ଇଟାଲୀୟ ମଡର୍ନ ବର୍ଣ୍ଣ ସେଣ୍ଟରରେ ଭର୍ତ୍ତି କରାଯାଇଛି। ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହିତ ଆହତମାନଙ୍କୁ ଉନ୍ନତ ଚିକିତ୍ସା ଯୋଗାଇ ଦେବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories