www.samajalive.in
Saturday, December 6, 2025
15.1 C
Bhubaneswar

ଘରେ ରଖନ୍ତୁ ଏହି ଜିନିଷ , ଆଦୌ ରହିବେ ନାହିଁ ମଶା

ମଶାଙ୍କ ଉପଦ୍ରବ କାରଣରୁ ସଭିଏଁ ଚିନ୍ତିତ ରହିଥାଆନ୍ତି। ଏହି କାରଣରୁ ବିଭିନ୍ନ ଜିନିଷର ମଧ୍ୟ ବ୍ୟବହାର କରିଥାଆନ୍ତି। ସନ୍ଧ୍ୟା ହେଉ ଅଥବା ଦିନ ମଶାଙ୍କ ଠାରୁ ରକ୍ଷା ପାଇବା ପାଇଁ ବିଭିନ୍ନ ପ୍ରକାର ମଶାଧୂପ ଆଦି ବ୍ୟବହାର କରାଯାଏ କାରଣ ମଶା କାମୁଡ଼ିବା ଦ୍ୱାରା ମ୍ୟାଲେରିଆ ଡ଼େଙ୍ଗୁ ଭଳି ମାରାତ୍ମକ ରୋଗ ହୋଇଥାଏ। ମାତ୍ର କେତେକ ସହଜ ଉପାୟ ରହିଛି ଯାହାକୁ ବ୍ୟବହାର କରି ମଶାଙ୍କ ଦାଉରୁ ରକ୍ଷା ମିଳିପାରିବ ଜାଣନ୍ତୁ ଏହା ବିଷୟରେ ….

ସୋରିଷ ତେଲ –
ସୋରିଷ ତେଲରେ କିଛି ଜୁଆଣୀଗୁଣ୍ଡ ମିଶାଇ ଘରେ କକ୍ଷର ଏକ ଉଚ୍ଚ ସ୍ଥାନେରେ ରଖନ୍ତୁ। ଏହାର କଡ଼ା ବାସ୍ନା ହେତୁ ମଶାମାନେ ପ୍ରବେଶ କରନ୍ତି ନାହିଁ।

କର୍ପୂର –
ଗୃହର ଝରକା, କବାଟ ଆଦି ମଶାପ୍ରବେଶ କରୁଥିବା ସ୍ଥାନମାନଙ୍କରେ କର୍ପୂର ଓ ଲବଙ୍ଗକୁ ଏକ କପଡ଼ାରେ ବାନ୍ଧି ଟାଙ୍ଗି ଦିଅନ୍ତୁ। ଏତଦ ବ୍ୟତୀତ ଘରର ଝରକା , କବାଟ ବନ୍ଦ କରି କର୍ପୂର ଜଳାନ୍ତୁ। ଏପରି କରିବା ଦ୍ୱାରା ଘରେ ମଶା ରୁହନ୍ତି ନାହିଁ।

ରସୁଣ –
ରସୁଣକୁ ପେଷି ଏହାର ରସକୁ ଲଗାଇ ବାହାରକୁ ଯାଆନ୍ତୁ। ଏପରି କରିବା ଦ୍ୱାରା ମଶା ବିଲକୁଲ କାମୁଡ଼ିବେ ନାହିଁ।

ନିମ ତେଲ –
ବଜାରରେ ମିଳୁଥିବା ନିମ ତେଲ ଶରୀରରେ ଲଗାନ୍ତୁ , ଏପରି କରିବା ଦ୍ୱାରା ମଶା ଆପଣଙ୍କ ପାଖକୁ ମଧ୍ୟ ଆସିବ ନାହିଁ।
ଲେମ୍ବୁ ରସ –
ଲେମ୍ବୁ ରସରେ କିଛି ଲବଙ୍ଗ ମିଶାଇ ଏହାର ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏବେ ଏହି ପେଷ୍ଟକୁ ଘରର ସମସ୍ତ ସ୍ଥାନରେ ଛିଞ୍ଚି ଦିଅନ୍ତୁ। ଏପରି କରିବା ଦ୍ୱାରା ଗୃହରେ ମଶା ଆଦୌ ପ୍ରବେଶ କରିବେ ନାହିଁ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories