www.samajalive.in
Sunday, December 7, 2025
26.1 C
Bhubaneswar

ଡାକ ଯୋଗେ ଭୋଟ୍‍ ଦେଇପାରିବେ ୮୦ବର୍ଷରୁ ଅଧିକ ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମ

ନୂଆଦିଲ୍ଲୀ :  ୮୦ ବର୍ଷ ବୟସରୁ ଅଧିକ ବରିଷ୍ଠ  ନାଗରିକ ଏବଂ ଭିନ୍ନକ୍ଷମମାନେ ଏଣିକି ଡାକ ଯୋଗେ ଭୋଟ୍‍ ଦେଇପାରିବେ। ତେବେ ସେମାନଙ୍କ ପାଇଁ ଦୁଇ ପ୍ରକାରର ବିକଳ୍ପ ରହିବ। ସେମାନେ ଡାକ ଯୋଗ ପୋଷ୍ଟାଲ ବାଲାଟରେ ଭୋଟ ଦେଇ ପାରିବେ ଅବା ନିଜ ଘର ପାଖରେ ଥିବା ମତଦାନ ଦିନ ଭୋଟ ଗ୍ରହଣ କେନ୍ଦ୍ରକୁ ଯାଇ ଭୋଟ ଦେଇ ପାରିବେ। ଏହି ଶ୍ରେଣୀର ଭୋଟ୍‍ଦାତା ମାନଙ୍କ ପାଇଁ ଭୋଟ୍‍ଦାନ ବ୍ୟବସ୍ଥାକୁ ସହଜ କରିବା ନିମନ୍ତେ ନିର୍ବାଚନ ଆୟାଗ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି ।

ନିର୍ବାଚନ ଆୟୋଗଙ୍କ ସୁପାରିଶ କ୍ରମେ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ଏଥିଲାଗି ୧୯୬୧ ମସିହା ନିର୍ବାଚନ ଆଚରଣ ନିୟମରେ ସଂଶୋଧନ କରାଯାଇଛି । ଏହି ସଂଶୋଧନ ଅନୁଯାୟୀ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି ହେବାର ୫ ଦିନ ମଧ୍ୟରେ ଏଭଳି ମତଦାତା ମାନେ ୧୨-ଡି ଫର୍ମରେ ଆବେଦନ କରିପାରିବେ। ଏହି ଆବେଦନ ପାଇବା ପରେ ତାଙ୍କୁ ପୋ​ଷ୍ଟାଲ ବାଲାଟ ପେପର​‌ ପ୍ରଦାନ କରାଯିବ। ମତଦାନ ପରେ ସେମାନେ ନିର୍ଦ୍ଧାରିତ କେନ୍ଦ୍ରରେ ତାଙ୍କ ପୋ​ଷ୍ଟାଲ ବାଲାଟ ପେପର​‌ ଜମା କରିବେ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories