www.samajalive.in
Sunday, December 7, 2025
18.1 C
Bhubaneswar

ଖୁବ୍ ଉପକାରୀ କଳାଜୀରା : ଅନେକ ରୋଗରୁ ଦେଇଥାଏ ମୁକ୍ତି

ସାଧାରଣତଃ କଳା ଜୀରା ପ୍ରାୟତଃ ଆମ ସମସ୍ତଙ୍କ ଘରେ ଉପଲବ୍ଧ ଥାଏ। ଯଦି ବି ଏହା ଆପଣଙ୍କ ଘରେ ନାହିଁ ତେବେ ଏହାର ଉପକାରୀ ଗୁଣ ବିଷୟରେ ଜାଣିଲେ, ନିଶ୍ଚିତ ଆପଣ ଏହାକୁ ଆଣି ଘରେ ରଖିବେ। ଏହା ଆମେ ଜାଣନ୍ତି ଯେ, ଖାଦ୍ୟର ସ୍ବାଦ ବୃଦ୍ଧି ପାଇଁ ରୋଷେଇରେ କଳା ଜୀରାର ବ୍ୟବହାର କରାଯାଏ। ହେଲେ ଏହି କଳାଜୀରା ବହୁ ବଡ଼ ବଡ଼ ରୋଗକୁ ମଧ୍ୟ ଦୂର କରିଥାଏ ବୋଲି ହୁଏତ ଖୁବ୍ କମ୍ ଲୋକ ଜାଣିଥିବେ। ଏଥିରେ ଥିବା ପୋଷାକ ତତ୍ତ୍ୱ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇଥାଏ। ଏହା ଦ୍ୱାରା ଶରୀରରେ ରୋଗ ହେବା ଆଶଙ୍କା ବହୁ ଗୁଣ କମି ଯାଇଥାଏ। ତେବେ ଆସନ୍ତୁ ଜାଣିବା କେଉଁ କେଉଁ ରୋଗ ଦୂର କରିବାରେ କଳାଜୀରା ସହାୟକ ହୋଇଥାଏ –

-କଳା ଜୀରା ସେବନ ଦ୍ୱାରା ଶରୀରର ଶକ୍ତି ବୃଦ୍ଧି ହେବା ସହ ଥକ୍କା ପଣ ମଧ୍ୟ ଦୂର ହୋଇଥାଏ।

- Advertisement -

-ସର୍ଦ୍ଦି, କାଶ, କଫ ଦୂର କରିବା ପାଇଁ କଳା ଜୀରା ବହୁତ ଲାଭଦାୟକ ସାବ୍ୟସ୍ତ ହୋଇଥାଏ। ଯଦି ଆପଣଙ୍କୁ ବହୁ ଦିନ ଧରି ସର୍ଦ୍ଦି, କାଶ ଲାଗି ରହୁଛି ତେବେ କିଛି କଳା ଜୀରାକୁ ଅଳ୍ପ ଭାଜି ସେଗୁଡ଼ିକୁ ଛୋଟ କପଡ଼ାରେ ବାନ୍ଧି ଏହାକୁ ଶୁଂଘନ୍ତୁ। ଏହା ଦ୍ୱାରା ଆପଣଙ୍କୁ ବହୁ ଦିନ ଧରି ଲାଗି ରହୁଥିବା ସର୍ଦ୍ଦି, କାଶ ପରି ସମସ୍ୟାରୁ ନିଶ୍ଚିତ ରୂପେ ମୁକ୍ତି ମିଳିବ।

-କଳାଜୀରା ପାଚନ ସମ୍ବନ୍ଧୀୟ ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ। ଏଥିରେ ଆଣ୍ଟି ମାଇକ୍ରୋବିୟଲ ତତ୍ତ୍ୱ ବହୁ ପରିମାଣରେ ଥାଏ। ଯାହା ପେଟ ଯନ୍ତ୍ରଣାରୁ ମୁକ୍ତି ଦେବାରେ ବିଶେଷ ଭାବେ ସହାୟକ ହୋଇଥାଏ। ନିୟମିତ କିଛି କଳା ଜୀରା ସେବନ ଦ୍ୱାରା ପେଟ କାଟିବା, କୃମି, ଲଗାତାର ଝାଡ଼ା ହେବା, ଗ୍ୟାଷ୍ଟ୍ରିକ, ପେଟ ଫୁଲିବା ପରି ସମସ୍ୟା ଦୂର ହୋଇଥାଏ।

-ଏହା ସହ କଳାଜୀରା ମୁଣ୍ଡ ବିନ୍ଧା ଓ ଦାନ୍ତ ବିନ୍ଧା ପରି ସମସ୍ୟା ମଧ୍ୟ ଦୂର କରିଥାଏ। ପ୍ରବଳ ମୁଣ୍ଡ ବିନ୍ଧା ସମୟରେ କିଛି କଳା ଜୀରା ତେଲକୁ ମୁଣ୍ଡରେ ମାଲିସ କଲେ ମୁଣ୍ଡ ବିନ୍ଧା କମି ଯାଇଥାଏ। ସେହିପରି ଦାନ୍ତ ବିନ୍ଧୁଥିବା ବେଳେ ମଧ୍ୟ କିଛି ଗରମ ପାଣିରେ ଏହି ତେଲର କିଛି ବୁନ୍ଦା ପକାଇ କୁଳୁକୁଚା କଲେ ଦାନ୍ତ ବିନ୍ଧା କମିଯାଏ।

-ଏହାସହ ଶରୀରର ଓଜନ କମାଇବାରେ ମଧ୍ୟ କଳା ଜୀରା ସାହାଯ୍ୟ କରିଥାଏ। ୩ ମାସ ନିୟମିତ ଭାବେ ଏହାକୁ ସେବନ କଲେ ଶରୀରରୁ ଚର୍ବି ହ୍ରାସ ପାଇ ଓଜନ କମି ଯାଇଥାଏ।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories