BJD Bijuli 480×75 Mob

ସ୍ତ୍ରୀକୁ ମାରି ସ୍ୱାମୀ କଲା ଆତ୍ମସମର୍ପଣ

BJD Bijuli 480×75 Mob

ନୀଳଗିରି: ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଅଧିନ ଗୋପୀନାଥପୁର ନୂଆସାହି ଆଦିବାସୀ ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ନିଶାସକ୍ତ ଅବସ୍ଥାରେ ସ୍ୱାମୀ ତାର ସ୍ତ୍ରୀକୁ ପିଟିପିଟି ହତ୍ୟା କରିଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ, ପୂର୍ଣ୍ଣଚନ୍ଦ୍ର ସିଂ ନାମକ ଯୁବକ ନିଶାସକ୍ତ ଅବସ୍ଥାରେ ଗତକାଲି ରାତିରେ ତାଙ୍କ ସ୍ତ୍ରୀ ସୁକାନ୍ତି ଗଣ୍ଡଗୋଳ କରିଥିଲା। ପରେ ଏହା ଉଗ୍ର ରୂପ ଧରିବାରୁ ପୂର୍ଣ୍ଣଚନ୍ଦ୍ର ଉତ୍ତ୍ୟକ୍ତ ହୋଇ ସୁକାନ୍ତିକୁ ଅତି ଅମାନୁଷିକ ଭାବେ ମାଡ଼ ମାରିଥିଲା। ଏଥିରେ ଘଟଣାସ୍ଥଳରେ ସୁକାନ୍ତିର ମୃତ୍ୟୁ ହୋଇଥିଲା। ମଙ୍ଗଳବାର ସକାଳୁ ପୂର୍ଣ୍ଣଚନ୍ଦ୍ର ନିଶା ଛାଡି ନିଦ ଭାଙ୍ଗିବା ପରେ ସ୍ତ୍ରୀର ମୃତଦେହ ପଡିଥିବା ଦେଖି ପାଦ ତଳୁ ମାଟିଖସି ଯାଇଥିଲା। ପଶ୍ଚାତାପ କରି ଘର ତାଟିରେ ତାଲା ମାରି ଶେଷରେ ସେ ନୀଳଗିରି ଥାନରେ ଆତ୍ମସମର୍ପଣ କରିଛି। ପୁଲିସ ଘଟଣାସ୍ଥଳକୁ ତାକୁ ନେଇ ତଦନ୍ତ ଆରମ୍ଭ କରିଛି। ତେବେ ଏହି ଘଟଣା ମଧ୍ୟ ରାତିରେ ଘଟିଥିବାରୁ ପଡୋଶୀ ଜାଣିପାରିନଥିବା କୁହାଯାଇଥିବା ବେଳେ ବାପ ଘର ଲୋକ କଠୋର କାର୍ୟ୍ୟାନୁଷ୍ଠାନ ଦାବି କରିଛନ୍ତି।

Comments are closed.