ଇନ୍ଦୋର: ମଧ୍ୟପ୍ରଦେଶର ଇନ୍ଦୋର ଅନ୍ତର୍ଗତ ବିଜୟନଗର ଅଞ୍ଚଳରେ ଥିବା ଗୋଲଡେନ ଗେଟ୍ ହୋଟେଲରେ ସୋମବାର ସକାଳେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ହଠାତ୍ ହୋଟେଲରେ ନିଆଁ ଲାଗିଯିବା ସହିତ ହୁତୁ ହୁତୁ ହୋଇ ଜଳିଥିଲା। ଖବର ପାଇ ତୁରନ୍ତ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଚଳାଇଛନ୍ତି। ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ହୋଟେଲରେ ଏକାଧିକ ବ୍ୟକ୍ତି ଫଶିଥିବାବେଳେ ସେମାନଙ୍କୁ ଅଗ୍ନିଶମ କର୍ମଚାରୀମାନେ ଉଦ୍ଧାର କରିବା ପାଇଁ ଜୋରଦାର ଉଦ୍ୟମ ଚଳାଇଛନ୍ତି। ହୋଟେଲର ୨ୟ ମହଲାଙ୍କୁ ତୁରନ୍ତ ଖାଲି କରିଦିଆଯାଇଛି। ଶର୍ଟସର୍କିଟ୍ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିବା ଆଶଙ୍କା କରାଯାଉଛି। ହୋଟେଲର ଅଧିକାଂଶ ଭାଗ କାଠରେ ତିଆରି ହୋଇଥିବାରୁ ଦ୍ରୁତଗତିରେ ନିଆଁ ବ୍ୟାପି ଯାଇଥିବା ଜଣେ ଅଗ୍ନିଶମ ଅଧିକାରୀ କହିଛନ୍ତି।
ହୁତୁ ହୁତୁ ଜଳିଲା ଗୋଲ୍ଡେନ ଗେଟ ହୋଟେଲ, ଏକାଧିକ ବ୍ୟକ୍ତି ଫଶିଥିବା ସୂଚନା
Popular Categories



