www.samajalive.in
Monday, December 15, 2025
15.1 C
Bhubaneswar

ଆହତ ଝୁଲଣଙ୍କ ସ୍ଥାନରେ ଓଡ଼ିଆ ଝିଅ ସୁକନ୍ୟା

ନୂଆଦିଲ୍ଲୀ: ମାର୍ଚ୍ଚ ୧୨ରୁ ୧୮ ପର୍ଯ୍ୟନ୍ତ ଭାରତ ଓ ଅଷ୍ଟ୍ରେଲିଆ ମହିଳା କ୍ରିକେଟ୍‌ ଦଳ ମଧ୍ୟରେ ଖେଳାଯିବ ୩ଟି ଦିନିକିଆ ମ୍ୟାଚ୍‌। ବରୋଦାରେ ଏହି ୩ଟିଯାକ ଦିନିକିଆ ମ୍ୟାଚ୍‌ ଖେଳାଯିବ। ଏହି ଦିନିକିଆ ସିରିଜ୍‌ ନିମନ୍ତେ ୧୫ ଜଣିଆ ଭାରତୀୟ ଦଳ ମଙ୍ଗଳବାର ଘୋଷଣା କରିଛି ବିସିସିଆଇ। ତେବେ ଆହତ ଥିବାରୁ ଅଭିଜ୍ଞ ପେସ୍‌ ବୋଲର ଝୁଲଣ ଗୋସ୍ୱାମୀଙ୍କୁ ଦଳରେ ସ୍ଥାନ ଦିଆ ଯାଇନାହିଁ। ଝୁଲଣଙ୍କ ସ୍ଥାନରେ ତାଙ୍କ ରାଜ୍ୟ ବଙ୍ଗଳା ପାଇଁ ଖେଳୁଥିବା ପେସ୍‌ ବୋଲିଂ ଅଲ୍‌ରାଉଣ୍ଡର ଓଡ଼ିଆ ଝିଅ ସୁକନ୍ୟା ପରିଡ଼ାଙ୍କୁ ସାମିଲ କରାଯାଇଛି।
କେନ୍ଦ୍ରାପଡ଼ା ଜିଲାରେ ଜନ୍ମଗ୍ରହଣ କରି କଲକାତାରେ ରହି ବଙ୍ଗଳା ପାଇଁ କ୍ରିକେଟ ଖେଳୁଥିବା ସୁକନ୍ୟା ପରିଡ଼ା ୨୦୧୬ ନଭେମ୍ବର ପରେ ଭାରତୀୟ ଦଳକୁ ଫେରିଛନ୍ତି। ୱେଷ୍ଟଇଣ୍ଡିଜ୍‌ ବିରୋଧରେ ସୁକନ୍ୟ ଏକମାତ୍ର ଦିନିକିଆ ମ୍ୟାଚ୍‌ ଖେଳିଛନ୍ତି। ଦଳର ଅଧିନାୟିକା ଭାବେ ମିତାଲି ରାଜ୍‌ ଓ ଉପଅଧିନାୟକ ଭାବେ ହରମନ୍‌ପ୍ରୀତ କୌରଙ୍କୁ ନିଯୁକ୍ତ କରାଯାଇଛି। ସୂଚନାଯୋଗ୍ୟ; କିଛିଦିନ ତଳେ ଭାରତୀୟ ମହିଳା ଦଳ ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇ ଉଭୟ ଦିନିକିଆ ଓ ଟ୍ୱେଣ୍ଟି୨୦ ସିରିଜ୍‌ ଜିତି ଐହତିହାସିକ ସଫଳତା ହାସଲ କରିଥିଲା। ମିତାଲିଙ୍କ ନେତୃତ୍ୱରେ ଭାରତ ଦିନିକିଆ ସିରିଜ୍‌କୁ ୨-୧ରେ ଜିତିଥିବା ବେଳେ ହରମନପ୍ରୀତ କୌରଙ୍କ ନେତୃତ୍ୱରେ ଟ୍ୱେଣ୍ଟି୨୦ ସିରିଜ୍‌କୁ ୩-୧ରେ ଜିତି ନେଇଥିଲା। ଅଷ୍ଟ୍ରେଲିଆ ବିରୋଧରେ ବିଜୟଧାରା ବଜାୟ ରଖିବା ଲକ୍ଷ୍ୟରେ ଭାରତ ରହିଛି। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ୍‌ ମାର୍ଚ୍ଚ ୧୨, ୨ୟ ମ୍ୟାଚ୍‌ ମାର୍ଚ୍ଚ ୧୫ ଓ ୩ୟ ମ୍ୟାଚ୍‌ ମାର୍ଚ୍ଚ ୧୮ରେ ଖେଳାଯିବ। ଆଇସିସି ମହିଳା ଦିନିକିଆ ଚମ୍ପିଆନ୍‌ସିପ୍‌ ଅନ୍ତର୍ଗତ ଏହି ସିରିଜ୍‌ ଖେଳାଯିବ। ଦିନିକିଆ ସିରିଜ୍‌ ଶେଷ ହେବା ପରେ ଦୁଇ ଦଳ ମଧ୍ୟରେ ଟ୍ୱେଣ୍ଟି୨୦ ତ୍ରିରାଷ୍ଟ୍ରୀୟ ସିରିଜ୍‌ ଖେଳାଯିବ। ତି୍ରରାଷ୍ଟ୍ରୀୟ ଟ୍ୱେଣ୍ଟି୨୦ ସିରିଜ୍‌ ପାଇଁ ଭାରତୀୟ ଦଳ ଘୋଷଣା ପରେ ହେବ ବୋଲି ବିସିସିଆଇ ତରଫରୁ ସୂଚନା ମିଳିଛି।
ଭାରତୀୟ ମହିଳା ଦଳ: ମିତାଲି ରାଜ୍‌ (ଅଧିନାୟିକା), ହରମନପ୍ରୀତ କୌର (ଉପଅଧିନାୟିକା), ସ୍ମୃତି ମାନ୍ଧାନା, ପୁନମ୍‌ ରାଉତ, ଜେମିମା ରଡ୍ରିଗ୍ୱେଜ୍‌, ବେଦା କୃଷ୍ଣମୂର୍ତ୍ତି, ମୋନା ମେସ୍ରାମ୍‌, ସୁଷମା ବର୍ମା (ୱିକେଟ ରକ୍ଷକ), ଏକତା ବିସ୍ତ, ପୁନମ ଯାଦବ, ରାଜେଶ୍ୱରୀ ଗାଏକ୍‌ୱଡ, ଶିଖା ପାଣ୍ଡେ, ସୁକନ୍ୟା ପରିଡ଼ା, ପୂଜା ଭାସ୍ତ୍ରାକର ଓ ଦିପ୍ତୀ ଶର୍ମା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories