ଚୋର ଟେକିନେଲା ୨୫ କେଜିର ଲକର; କିନ୍ତୁ ସେଥିରୁ ବାହାରିଲା ୧୦୦ ଟଙ୍କା

0

ବେଙ୍ଗାଲୁରୁ: ଜଣେ ଅଳଙ୍କାର ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କା ଲୁଟିବାର ପ୍ରୟାସ କରି ଚୋରଟି ୨୫ କେଜି ଓଜନର ଲକର ଟେକି ନେଇଗଲା। ମାତ୍ର ଯେବେ ସେ ଲକର ଭାଙ୍ଗି ଦେଖିଲା ସେଥିରୁ ବାହାରିଲା ମାତ୍ର ୧୦୦ ଟଙ୍କା। ପୁଲିସ ସମ୍ପୃକ୍ତ ଚୋରକୁ ପଚରାଉଚରା ପରେ ଘଟଣାର ପର୍ଦ୍ଦାଫାଶ ହୋଇଛି। ଏହି ଘଟଣାରେ ଜୈସୀ ନଗର ପୁଲିସ ୭ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ସେମାନଙ୍କଠାରୁ ୭ ଲକ୍ଷ ଟଙ୍କାର ଅଳଙ୍କାର ଓ ଅନ୍ୟ ସାମଗ୍ରୀ ଜବତ କରାଯାଇଛି। ତେବେ ଏହି ସମସ୍ତ ଚୋର ଆପାର୍ଟମେଣ୍ଟରେ ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟ କରୁଥିଲେ। ଗତ ୨୦ ତାରିଖରେ ଏହି ଘଟଣା ଘଟିଥିଲା।

Leave A Reply