www.samajalive.in
Monday, December 15, 2025
15.1 C
Bhubaneswar

ନନ୍ଦିଘୋଷ ତୁମ୍ବରେ ଫାଟ

ପୁରୀ : ନନ୍ଦିଘୋଷ ତୁମ୍ବରେ ଫାଟ। ତାହାକୁ ପରିବର୍ତ୍ତନ ପାଇଁ ପରାମର୍ଶ ଦେଇଛି ତଦାରଖ କମିଟି। ତୁମ୍ବରେ ଅର ଓ ପହି ବାଡେଇବା ବେଳେ ଏପରି ପରିସ୍ଥିତି ସୃଷ୍ଟି ହୋଇଛି। ତିନି ରଥପାଇଁ ୪୨ଟି ଚକ ଦରକାର। ପ୍ରତି ତୁମ୍ବରେ ୧୬ଟି ଅର ଏବଂ ୪ଟି ଲେଖାଏଁ ପହି ସଂଯୋଗ କରାଯାଇ ଚକ ପ୍ରସ୍ତୁତ କରାଯାଏ। ଚଳିତବର୍ଷ ରଥ ନିର୍ମାଣ ପାଇଁ ତୁମ୍ବ, ଅର ଓ ପହି ନିର୍ମାଣ ଶେଷ ହୋଇଛି। ୩୦ଟି ପହିରେ ଫାଟ ଯୋଗୁଁ ତାହାକୁ ଅବ୍ୟବହୃତ ଘୋଷଣା କରାଯାଇଛି। ନନ୍ଦିଘୋଷ ପାଇଁ ଆଉ ଗୋଟିଏ ତୁମ୍ବ ନିର୍ମାଣ କରାଯିବ ବୋଲି ମୁଖ୍ୟ ବିଶ୍ୱକର୍ମା ସେବକ ବିଜୟ କୁମାର ମହାପାତ୍ର ପ୍ରକାଶ କରିଛନ୍ତି।
ବୁଧବାର ଭୂଇଁ ନିର୍ମାଣ ଆରମ୍ଭ ହୋଇଛି। ତିନି ରଥପାଇଁ ୧୨ଗୋଟି ଭୂଇଁ ଆବଶ୍ୟକ। ନିରାଡି, ମୁହାଣ୍ଟ ଏବଂ ଓରା କାର୍ଯ୍ୟ ଶେଷ ହୋଇଛି। ୪୨ଟି ଚକ ମଧ୍ୟରୁ ୨୯ର କାମ ସରିଛି। କଣଗୁଜ ନିର୍ମାଣ ସରିଥିବା ବେଳେ ରୂପକାର ସେବକ ସେଥିରେ ନୃସିଂହ ମୂର୍ତ୍ତି ଖୋଦେଇ କରୁଛନ୍ତି। ୧୦ପରିବାର ପାରମ୍ପରିକ ମହାରଣା ସେବକଙ୍କ ସମେତ ୬୦ଜଣ ମହାରଣା ରଥ ନିର୍ମାଣରେ ନିୟୋଜିତ ହୋଇଛନ୍ତି। ସୋମବାର ସିଂହାସନ ପାଇଁ କାଠ ଚଉପଟ ଆରମ୍ଭ ହୋଇଛି। ସିଂହାସନ ବେଦୀତଳେ ତାହାକୁ ଲଗାଯିବ। ଆଗାମୀ ଜୁଲାଇ ୧୪ତାରିଖରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ। ତାହାକୁ ଦୃଷ୍ଟିରେ ରଖି ଅକ୍ଷୟ ତୃତୀୟାଠାରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ନୟାଗଡ ଏବଂ ବୌଦ୍ଧ ଜଙ୍ଗଲରୁ ଶ୍ରୀଜୀଉଙ୍କ ରଥପାଇଁ ଅସନ, ଧଉଁରା, ଫାସି ଓ ସାହାଜ କାଠ ଆସିଛି। ଖପୁରିଆ କରତକଳରେ ଅର ଓ ପହି ପ୍ରସ୍ତୁତ କରାଯାଇଛି। ରଥନିର୍ମାଣ ପାଇଁ ଆବଶ୍ୟକୀୟ କଣ୍ଟାକବ୍‍ଜା ପ୍ରସ୍ତୁତ ନିମନ୍ତେ ଦୋଳବେଦୀ କୋଣରେ ଅସ୍ଥାୟୀ କମାରଶାଳ ଖୋଲାଯାଇଛି। ତୁମ୍ବ ଗୁଡିକରେ ଠେକ ଓ ବିନ୍ଧ କରାଯାଇ ଲୁହାବଳା ସମେତ ପନ୍ଦାରୀ ଲଗାଯାଉଛି। ମହାରଣା, ରୂପକାର, କମାର, ଭୋଇ ଓ ଚିତ୍ରକାର ସେବକ ହବିଷବ୍ରତ ପାଳନ କରୁଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories