www.samajalive.in
Sunday, December 14, 2025
14.1 C
Bhubaneswar

ସାରଥିବାବାଙ୍କ ଜାମିନ ଆବେଦନ ଖାରଜ

ନୂଆଦିଲ୍ଲୀ  : ସନ୍ତୋଷ ରାଉଳ ଓରଫସାରଥି ବାବାଙ୍କ ଜାମିନ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ସାରଥିବାବାଙ୍କୁ ଜାମିନ ଦିଆଗଲେ ସମାଜରେ ଏକ ଖରାପ ସଙ୍କେତ ଯିବ ବୋଲି ସୁପ୍ରିମକୋର୍ଟର ବିଚାରପତି ଏନ ଭି ରମନ୍ନା ଏବଂ ବିଚାରପତି ଅବଦୁଲ ନଜିରଙ୍କ ଖଣ୍ଡପୀଠ ଟିପ୍‌ପଣୀ କରିଛନ୍ତି। ଆଜି ମାମଲାର ଶୁଣାଣି ବେଳେ ରାଜ୍ୟ ସରକାରଙ୍କ ଓକିଲ ସଞ୍ଜୀବ ପାଣିଗ୍ରାହୀ ଦର୍ଶାଇଥିଲେ ଯେ ସାରଥିଙ୍କ ନାମରେ ଅଭିଯୋଗ କରିଥିବା ପୀଡ଼ିତା ମା’ ଓ ଝିଅଙ୍କୁ ବାବାଙ୍କ ସମର୍ଥକ ନିୟମିତ ଧମକଚମକ ଦେଉଛନ୍ତି। ବାବାଙ୍କ ଭୟରେ ପୀଡ଼ିତା ଲୁଚି ରହୁଛନ୍ତି। ବାବା ଜଣେ ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବାରୁ ସାକ୍ଷୀଙ୍କୁ ପ୍ରଭାବିତ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ଧମକଚମକ ସଂପର୍କରେ ପୀଡ଼ିତା ନିଜେ କେନ୍ଦ୍ରାପଡ଼ା ଅତିରିକ୍ତ ଦୌରା ଜଜଙ୍କ ଅଦାଲତଙ୍କୁ ସତ୍ୟପାଠ ଜରିଆରେ ଅବଗତ କରାଇଛନ୍ତି। ଜାମିନ ପରେ ପୀଡ଼ିତାଙ୍କୁ ଉଚିତ ଶିକ୍ଷା ଦିଆଯିବ ବୋଲି ବାରମ୍ବାର ଧମକ ଦିଆଯାଉଥିବାରୁ ଉଭୟଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି ବୋଲି ଆଡ଼ଭୋକେଟ ପାଣିଗ୍ରାହୀ ସୁପ୍ରିମକୋର୍ଟରେ ଦର୍ଶାଇଥିଲେ।
ସାରଥିବାବାଙ୍କ ତରଫରୁ ବରିଷ୍ଠ ଓକିଲ ଆର ବସନ୍ତ ଦର୍ଶାଇଥିଲେ ବାବାଙ୍କୁ ମିଥ୍ୟା ମାମଲାରେ ଫସାଯାଉଛି। ବାବାଙ୍କ ବିରୋଧରେ କରାଯାଇଥିବା ଏହି ମାମଲାର କୌଣସି ଆଧାର ନାହିଁ। ଜାମିନ ପାଇଁ ଯେକୌଣସି କଠୋର ସର୍ତ୍ତାବଳୀକୁ ସାରଥିବାବା ମାନିବାକୁ ପ୍ରସ୍ତୁତ ଅଛନ୍ତି ବୋଲି ଆଡଭୋକେଟ ଆର ବସନ୍ତ ଖଣ୍ଡପୀଠଙ୍କୁ ଜଣାଇଥିଲେ। କ୍ରାଇମବ୍ରାଞ୍ଚରେ ଅଭିଯୋଗ ଅନୁଯାୟୀ ଦୀର୍ଘ ୧୪ ବର୍ଷ ଧରି ବାରିମୂଳ ଆଶ୍ରମରେ ବିନା ପାରିଶ୍ରମିକରେ ଜଣେ ବିଧବା ମହିଳା ଏବଂ ତାଙ୍କ ଝିଅ ସେବା ଯୋଗାଇ ଆସୁଥିଲେ। ଝିଅକୁ ବାହା କରାଇ ଦେବା ପ୍ରତିଶ୍ରୁତି ଦେଇ ସାରଥି ବାବା ପୀଡ଼ିତା ମା’ ଏବଂ ଝିଅର ଖଣ୍ଡିଏ ଜମି, ଦେଢ଼ ଲକ୍ଷ ଟଙ୍କା ସମେତ ସମସ୍ତ ସୁନାଗହଣା ନେଇ ଯାଇଥିଲେ। ଚୈତ୍ର ମାସରେ ଏକ ଦିନରେ ସାରଥିବାବାଙ୍କ ବ୍ୟକ୍ତିଗତ ରହଣିସ୍ଥଳ ସଫା କରିବା ବାହାନାରେ ଝିଅକୁ ଡକାଯାଇଥିଲା। ସଂପୃକ୍ତ ମହିଳା କାମ କରୁଥିବା ବେଳେ ସାରଥି ବାବା ପଛପଟୁ ଆସି ମନ୍ଦ ଉଦ୍ଦ୍ୟେଶରେ ଧରିଥିଲେ। ପରେ ଘଟଣାକୁ ପ୍ରକାଶ ନ କରିବା ପାଇଁ ବାବାଙ୍କ ସହଯୋଗୀ ଶରତ ପାତ୍ର ବିଭିନ୍ନ ସମୟରେ ପୀଡ଼ିତାଙ୍କୁ ବାରମ୍ବାର ଧମକଚମକ ଦେଇଥିଲେ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories