www.samajalive.in
Tuesday, December 9, 2025
23.1 C
Bhubaneswar

ପରଦାରେ ‘ଲାଲ୍‍ କପ୍ତାନ୍‍’

ମୁମ୍ବଇ : ସୈଫ୍‍ ଅଲ୍ଲୀ ଖାନଙ୍କ ଅଭିନୀତ ଚଳଚ୍ଚିତ୍ର ‘ଲାଲ୍‍ କପ୍ତାନ୍‍’ ଶୁକ୍ରବାର(୧୮ ଅକ୍ଟୋବର) ମୁକ୍ତିଲାଭ କରିଛି। ନବଦୀପ ସିଂହଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରକୁ ଦେଖିବା ପାଇଁ ବକ୍ସ ଅଫିସରେ ଦର୍ଶକଙ୍କ ଭିଡ଼ ପରିଲକ୍ଷିତ ହୋଇଛି। ଏହି ଚଳଚ୍ଚିତ୍ରରେ ୧୭୬୪ ବକ୍ସାର ଯୁଦ୍ଧର ୨୫ ବର୍ଷ ପରେ ଅଷ୍ଟାଦଶ ଶତାବ୍ଦୀର କାହାଣୀ ଦେଖିବାକୁ ମିଳିଛି। ସେହି ସମୟରେ ଇଂରେଜମାନେ ଧୀରେ ଧୀରେ ଭାରତ ଉପରେ କବ୍‍ଜା କରୁଥିଲେ। ଚଳଚ୍ଚିତ୍ରରେ ସୈଫ୍‍ଙ୍କ ଚରିିତ୍ର ଖୁବ୍‍ ଚିତ୍ତାକର୍ଷକ। ଏଥିରେ ତାଙ୍କ ନାଁ ଗୋସାଁଇ ରହିଛି। ସୈଫ୍‍ଙ୍କ ଜବରଦସ୍ତ ଲୁକ୍‍ ଦର୍ଶକଙ୍କ ମନ ଜିତିଛି। ଚଳଚ୍ଚିତ୍ରକୁ ନେଇ ଦର୍ଶକ ଓ ସମୀକ୍ଷକଙ୍କର ଭଲ ପ୍ରତିକ୍ରିୟା ମିଳିଛି। ତେବେ ବକ୍ସ ଅଫିସରେ ଏହି ଚଳଚ୍ଚିତ୍ର ଉଲ୍ଲେଖନୀୟ ଆୟ କରିବ ବୋଲି ନିର୍ମାତା ଓ ଚଳଚ୍ଚିତ୍ର ସମୀକ୍ଷକମାନେ ଆଶା ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ, ଚଳଚ୍ଚିତ୍ରରେ ସୈଫ୍‍ଙ୍କ ବ୍ୟତୀତ ଜୋୟା ହୁସୈନ, ଦୀପକ ଡୋବରିୟା, ମାନବ ବିଜ ଓ ସିମୋନ ସିଂହ ପ୍ରମୁଖ କଳାକାର ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି।

Hot this week

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରାହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

Related Articles

Popular Categories