ଆଇପିଏଲ୍ ୨୦୧୮: ଆଜି  ମୁମ୍ବଇ  ବନାମ  ପଞ୍ଜାବ

0

ମୁମ୍ବଇ : ଆଇପିଏଲ୍  କ୍ରିକେଟ ୨୦୧୮ରେ ବୁଧବାର  ମୁମ୍ବଇ ଇଣ୍ଡିଆନ୍ସ  ଏବଂ କିଙ୍ଗସ୍ ଇଲେଭେନ୍ ପଞ୍ଜାବ ମଧ୍ୟରେ ମୁମ୍ବଇ ରେ ରାତି ୮ଟାରେ ମ୍ୟାଚ ଅନୁଷ୍ଠିତ ହେବ ।  ବର୍ତ୍ତମାନ ସୁଦ୍ଧା  ମୁମ୍ବଇ ଇଣ୍ଡିଆନ୍ସ  ୧୨ଟି ମ୍ୟାଚ ଖେଳି ୫ଟି ବିଜୟ ଓ ୭ଟି ପରାଜୟ ସହିତ ୧୦ ପଏଣ୍ଟ ପାଇ ଷଷ୍ଠ ସ୍ଥାନରେ ଥିବାବେଳେ କିଙ୍ଗସ୍ ଇଲେଭେନ୍ ପଞ୍ଜାବ ୧୨ଟି ମ୍ୟାଚ ଖେଳି ୬ଟି ବିଜୟ ଓ ୬ଟି ପରାଜୟ ସହିତ ୧୨ ପଏଣ୍ଟ ପାଇ ପଏଣ୍ଟ ତାଲିକାର ୫ମ ସ୍ଥାନରେ ରହିଛି ।

ତେବେ ସନ୍ ରାଇଜର୍ସ ୧୨ଟି ମ୍ୟାଚ ଖେଳି ୯ଟି ବିଜୟ ୩ଟି ପରାଜୟ ସହିତ ୧୮ ପଏଣ୍ଟ ପାଇ ପଏଣ୍ଟ ତାଲିକାର ଶୀର୍ଷରେ ରହିଛି। ଅନ୍ୟପକ୍ଷରେ ଚେନ୍ନଇ ସୁପର କିଙ୍ଗସ୍ ୧୨ଟି ମ୍ୟାଚ ଖେଳି ୮ଟି ବିଜୟ ୪ଟି ପରାଜୟ ସହିତ ୧୬ ପଏଣ୍ଟ ପାଇ ପଏଣ୍ଟ ତାଲିକାର  ୨ୟ ସ୍ଥାନରେ ରହିଛି। ସେହିପରି  କଲକାତା ନାଇଟ ରାଇଡର୍ସ ୧୩ଟି ମ୍ୟାଚ ଖେଳି ୭ଟି ବିଜୟ ଓ ୬ଟି ପରାଜୟ ସହିତ ୧୪ ପଏଣ୍ଟ ପାଇ ପଏଣ୍ଟ ତାଲିକାର ୩ୟ ସ୍ଥାନରେ ରହିଛି। ସେହିପରି ରାଜସ୍ଥାନ ରୟାଲସ୍ ୧୩ଟି ମ୍ୟାଚ ଖେଳି ୬ଟି ବିଜୟ ଓ ୭ଟି ପରାଜୟ ସହିତ ୧୨ ପଏଣ୍ଟ ପାଇ ପଏଣ୍ଟ ତାଲିକାର ୪ର୍ଥ ସ୍ଥାନରେ ଅଛି।

ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ୧୨ଟି ମ୍ୟାଚ ଖେଳି ୫ଟି ବିଜୟ ଓ ୭ଟି ପରାଜୟ ସହିତ ୧୦ ପଏଣ୍ଟ ପାଇ ୭ମ ସ୍ଥାନରେ ଓ ଦିଲ୍ଲୀ ଡେୟାର ଡେଭିଲସ୍ ୧୨ଟି ମ୍ୟାଚ ଖେଳି ୩ଟି ବିଜୟ ଓ ୯ଟି ପରାଜୟ ସହିତ ୬ ପଏଣ୍ଟ ପାଇ ୮ମ ସ୍ଥାନରେ ରହିଛି।

 

Leave A Reply